ବିକଶିତ ଦେଶର ଖରାପ କାହାଣୀ! ଦୀର୍ଘ ୮୦ ବର୍ଷପରେ ହେଲା ପର୍ଦ୍ଦାଫାସ । ଧର୍ମ ଆଢୁଆଳରେ ପିଲାଙ୍କୁ କରାଯାଉଥିଲା ଯୌନଶୋଷଣ

263

କନକ ବ୍ୟୁରୋ : ଜଣେ କିମ୍ବା ଶହେ ନୁହେଁ । ପାଖାପାଖି ୬ଶହରୁ ଅଧିକ ଛୁଆ ହୋଇଛନ୍ତି ଯୌନଶୋଷଣର ଶିକାର । ତାହା ପୁଣି ପବିତ୍ର ସ୍ଥାନ କୁହାଯାଉଥିବା ଚର୍ଚ୍ଚରେ । ଦୀର୍ଘ ୮୦ ବର୍ଷ ଧରି ଚାଲିଥିଲା ଏଭଳି କଦର୍ଯ୍ୟ କାମ । କୁହାଯାଉଥିଲା ଏହା ହେଉଛି ଗଡଙ୍କ ଇଛା । ଆମେରିକା ଭଳି ବିକଶିତ ଦେଶରୁ ଆସିଛି ଲଜ୍ଜାଜନକ ଖବର । ଚର୍ଚ୍ଚରେ ଫାଦରମାନେ ଶିଶୁମାନେ ଦୀର୍ଘ ବର୍ଷଧରି ଯୌନଶୋଷଣର ଶିକାର ହେଉଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । ତେବେ ଯେତେବେଳେ ମେରିଲାଣ୍ଡର ଷ୍ଟେଟର ଆଟର୍ଣ୍ଣି ଜେନେରାଲା ଆନ୍ଥୋନି ବ୍ରାଉନ ଏସମ୍ପର୍କରେ ଏକ ପ୍ରେସମିଟ୍ କରିଥିଲେ ସେତେେବେଳେ ଘଟଣାର ପ୍ରକୃତ ସତ ଲୋକଲୋଚନକୁ ଆସିଥିଲା ।

ସେ ଏହି ପ୍ରେସମିଟରେ ପ୍ରକାଶ କରିଥିଲେ କି, ଆମେରିକାର ମେରିଲାଣ୍ଡ ରାଜ୍ୟରେ ଥିବା କ୍ୟାଥେଲିକ ଚର୍ଚ୍ଚରେ ୧୯୪୦ ମସିହା ପରଠାରୁ ଏଭଳି ଘୃଣ୍ୟ କାମ କରାଯାଉଥିଲା । ତେବେ ଫାଦରମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । କାହିଁକି ନାଁ ଏହା ପଛରେ ମୁଖ୍ୟତଃ କିଛି କାରଣମାନ ଲୁଚି ରହିଛି । ସେ କହିଛନ୍ତି କି, ଚର୍ଚ୍ଚରେ ଏଭଳି କଦର୍ଯ୍ୟ କାମ ଘଟୁଥିବାର ସେମିତି କିଛି ପ୍ରମାଣ ନାହିଁ । ଅନ୍ୟପଟେ ଯୌନଶେଷଣର ଶିକାର ହୋଇଥିବା ଶିଶୁମାନେ କିମ୍ବା ସେମାନଙ୍କ ପରିବାର ପକ୍ଷରୁ କୌଣସି ଲିଖିତଭାବେ ଅଭିଯୋଗ କରାଯାଇନାହିଁ । ଚର୍ଚ୍ଚର ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀମାନେ ମଧ୍ୟ ଏହାକୁ ଚପାଇ ରଖିଥିଲେ । ସେମାନେ ସମସ୍ତ ପ୍ରମାଣକୁ ମଧ୍ୟ ନଷ୍ଟ କରି ଦେଇଛନ୍ତି ।

ଶିଶୁମାନଙ୍କୁ ଡରାଇ ଧମକାଇ ଏଭଳି ଯୌନଶୋଷଣ କରାଯାଉଥିଲା । କୁହାଯାଉଥିଲା କି, ଏହା ହେଉଛି ଗଡଙ୍କ ଇଛା । ଯଦି କେହି ଏହାକୁ ବିରୋଧ କରୁଥିଲେ ତାଙ୍କୁ ଧମକ ମଧ୍ୟ ଦିଆଯାଉଥିଲା  । ଜୀବନରୁ ମାରିଦେବା ଭଳି ଧମକ ମଧ୍ୟ ଦିଆଯାଉଥିଲା । ଯଦି କେହି ଅରାଜି ହେଉଥିଲେ ସେମାନଙ୍କୁ ଚାକିରୀର ଅଫର ଦେଉଥିଲେ ଫାଦର । ତେବେ ଏହି ଯୌନଶୋଷଣ ମାମଲାରେ ପାଖାଖାଖି ୧୬୫ଜଣ ଫାଦର ଜଡିତଥିବା କୁହାଯାଇଛି । ୪ ବର୍ଷ ଧରି ଯାଂଚ କରିଥିଲେ ମେରିଲାଣ୍ଡର ଆଟର୍ଣ୍ଣି ଜେନେରାଲ ଆନ୍ଥୋନି ବ୍ରାଉନ । ଏଠାରେ ଘଟୁଥିବା କଦର୍ଯ୍ୟ ଘଟଣା ସମ୍ପର୍କରେ ଜାଣିବା ପରେ ଏହି ପ୍ରମାଣ ସଂଗ୍ରହ କରିଛନ୍ତି । ତେବେ ଆନ୍ଥୋନି ବ୍ରାଉନ ୪୬୩ ପୃଷ୍ଠାର ଏକ ରିପୋର୍ଟ ଦାୟର କରିଛନ୍ତିି ।

କହି ରଖୁଛୁ କି, ଆମେରିକା ହେଉଛି ଏକ ବିକଶିତ ଦେଶ । ଏଠାରେ ୫୦ ରାଜ୍ୟରେ ପାଖାପାଖି ୩୧ କୋଟିରୁ ଅଧିକ ବସବାସ କରନ୍ତି । ମେରିଲାଣ୍ଡ ହେଉଛି ଏକ ଖ୍ରୀଷ୍ଟିଆନ ରାଜ୍ୟ । ତେବେ ଏଠାରେ ଘୃଣ୍ୟକାମ ଚାଲିଥିବାବେଳେ ଏହାକୁ କାହିଁକି ଚାପି ଦିଆଯାଇଥିଲା ତାକୁ ନେଇ ଉଠିଛି ପ୍ରଶ୍ନବାଚୀ ।