ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ, ରାଜୁଙ୍କ ପତ୍ନୀଙ୍କୁ କହିଲେ ଏଭଳି କଥା 

167

କନକ ବ୍ୟୁରୋ : ପ୍ରସିଦ୍ଧ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପର୍ଣ୍ଣ ରହିଛି । ଏହି କ୍ରମରେ ପ୍ରଥମେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଓ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜୁ ଶ୍ରୀବାସ୍ତବଙ୍କ  ପରିବାର ସହ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ରାଜୁ ଶ୍ରୀବାସ୍ତଙ୍କ ପତ୍ନୀ ଶିଖା ସହ ଫୋନରେ କଥା ହେବା ବେଳେ ରାଜୁଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଚିକିତ୍ସାରେ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

 

ଆପଣଙ୍କୁ କହିରଖୁ କି, ବୁଧବାର ଦିନ ରାଜୁ ଶ୍ରୀବାସ୍ତବ ଜିମ୍ ରେ ୱାକଆଉଟ କରୁଥିବା ବେଳେ ହଠାତ ତାଙ୍କର ହୃଦଘାତ ହୋଇଥିଲା । ଏହାପରେ ତାଙ୍କୁ ତୁରନ୍ତ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପୂର୍ବରୁ ଦୀର୍ଘ ୪୮ ଘଂଟା ଧରି ସେ ଅଚେତ ହୋଇ ରହିଥିଲେ ।

 

ସେପଟେ ୨ ଦିନ ଧରି ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ହେଉ ନଥିବା ବେଳେ ଆଜି ତାଙ୍କ ଶରୀର ଚଳ ପ୍ରଚଳ ଅବସ୍ଥାକୁ ଆସିଛି । ପ୍ରଧାନମନ୍ତ୍ରୀ ଗୁରୁବାର ରାତି ୧୦ ଟାରେ ରାଜୁଙ୍କ ପତ୍ନୀ ଶୀଖାଙ୍କ ସହ ଫୋନରେ କଥା ହୋଇଥିଲେ ।

 

ଗଜୋଘର ନାମରେ ପରିଚିତ ପ୍ରସିଦ୍ଧ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବ ଜଣେ ବିଜେପି ନେତା । ସେ ଏବେ ଉତ୍ତର ପ୍ରଦେଶ ସିନେ ବିକାଶ ପରିଷଦର ଅଧ୍ୟକ୍ଷ ଅଛନ୍ତି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସିନେ ପରିଷଦର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି, ରାଜୁଙ୍କର ଏଭଳି ସ୍ଥିତିରେ ତାଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉ ।