ଶ୍ରୀଲଙ୍କାରେ ସମାପ୍ତ ହେଲା ଗୋଟାବାୟାଙ୍କୁ ଯୁଗ । ଇସ୍ତଫା ପତ୍ରରେ କଲେ ଦସ୍ତଖତ, ବୁଧବାର ହେବ ଘୋଷଣା

100

କନକ ବ୍ୟୁରୋ : ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ରାଷ୍ଟ୍ରପତି ପଦରୁ ଇସ୍ତଫା ନେଇ ଇସ୍ତଫା ପତ୍ରରେ ଦସ୍ତଖତ କରିଛନ୍ତି । ଏହି ଇସ୍ତଫା ପତ୍ରକୁ ସାର୍ବଜନୀନ କରିବାକୁ ପ୍ରଥମେ ସଂସଦର ବାଚସ୍ପତିଙ୍କ ନିକଟକୁ ପଠାଯିବ । ଇସ୍ତଫା ପତ୍ରରେ ଦସ୍ତଖତ ପରେ ଏହାକୁ ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଏହି ସରକାରୀ ଅଧିକାରୀ ଜଣଙ୍କ ଇସ୍ତଫା ପତ୍ରକୁ ବାଚସ୍ପତିଙ୍କ ନିକଟରେ ପହଂଚାଇବେ ।

ଅନ୍ତର୍ଜାତୀୟ ଗଣମାଧ୍ୟମ ‘ଡେଲି ମିରର’ ମୁତାବକ ଶ୍ରୀଲଙ୍କା ସଂସଦର ବାଚସ୍ପତି ମହିନ୍ଦ୍ରା ୟାପା ଅଭୟବର୍ଦ୍ଧନାଙ୍କୁ ଇସ୍ତଫା ପତ୍ର ବାବଦରେ ସୂଚନା ଦିଆଯାଇଛି । ଆସନ୍ତା କାଲି ବାଚସ୍ପତି ରାଷ୍ଟ୍ରପତିଙ୍କ ଇସ୍ତଫା ନେଇ ବିଧିବଦ୍ଧ ଘୋଷଣା କରିବେ ।

ସେପଟେ ଗୋଟାବାୟାଙ୍କ ଇସ୍ତଫା ପରେ ପ୍ରଧାନମନ୍ତ୍ରୀ ଶାନିଲ ବିକ୍ରମାସିଂଘେ ବୁଧବାର ଦିନ ଅସ୍ଥାୟୀ ରାଷ୍ଟ୍ରପତି ଭାବେ ଶପଥ ନେବେ । ଜୁଲାଇ ୨୦ ତାରିଖରେ ନୂଆ ରାଷ୍ଟ୍ରପତି ପାଇଁ ନିର୍ବାଚନ ହେବ । ଜୁଲାଇ ୨୦ ତାରିଖରେ ରାଷ୍ଟ୍ରପତି ପାଇଁ ନିର୍ବାଚନ ହେବ ବୋଲି ଦଳର ନେତାମାନେ ନିଷ୍ପତ୍ତି ନେଇଛନ୍ତି ବୋଲି ବାଚସ୍ପତି କହିଛନ୍ତି ।

କହିରଖୁ କି ଶ୍ରୀଲଙ୍କାରେ ଦୀର୍ଘଦିନ ହେବ ଲାଗିରହିଥିବା ଆର୍ଥିକ ସଂକଟ କାରଣରୁ ଦେଶର ନାଗରିକମାନେ ରାସ୍ତାକୁ ଓହ୍ଲାଇଥିଲେ । ଏହାପରେ ହଜାର ହଜାର ସଂଖ୍ୟାର ଲୋକ ରାଷ୍ଟ୍ରପତି ଭବନ ସହ ପୁୁରୁଣା ସଂସଦ ଗୃହକୁ ଦଖଲ କରିଥିଲେ । ଏହାରି ମଧ୍ୟରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶଛାଡି ପଳାଇଛନ୍ତି ବୋଲି କୁହାଯାଇଥିଲା । ହେଲେ ସୋମବାର ଦିନ ଶ୍ରୀଲଙ୍କା ସଂସଦର ବାଚସ୍ପତି ସ୍ପଷ୍ଟ କରିଛନ୍ତି କି, ରାଷ୍ଟ୍ରପତି ଦେଶଛାଡି ଯାଇ ନାହାଁନ୍ତି ବରଂ ସେ ଦେଶ ମଧ୍ୟରେ ଅଛନ୍ତି ।