ଗ୍ରହଣ ସମୟରେ ଗର୍ଭବତୀଙ୍କ ପାଇଁ କ’ଣ କରଣୀୟ କ’ଣ ନୁହେଁ? ଜାଣନ୍ତୁ ଏନେଇ କ’ଣ କୁହନ୍ତି ଜ୍ୟୋତିଷ

1,232

କନକ ବ୍ୟୁରୋ: ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ପ୍ରକୃତ ଗ୍ରହଣ ଆଜି ଅପରାହ୍ନ ୨ଟା ୩୮ ମିନିଟରୁ ସନ୍ଧ୍ୟା ୬ଟା ୧୯ ମିନିଟ ଯାଏଁ ଲାଗିବ । ଏହି ସମୟ ଅନେକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ବିଶେଷ କରି ଏହି ସମୟରେ ଗର୍ଭବତୀ ମହିଳାଙ୍କ ପାଇଁ କ’ଣ କରିବା ଉଚିତ କ’ଣ ନୁହେଁ ସେ ନେଇ କ’ଣ କହୁଛନ୍ତି ଜ୍ୟୋତିଷ ଆସନ୍ତୁ ଜାଣିବା ।

ଯଦିଓ ଚନ୍ଦ୍ର ଗ୍ରହଣ ଦିନରେ ଭୋର ୫ଟା ୫୬ ମିନିଟରୁ ପାକ ନିଷେଧ ହୋଇଛି ତେବେ ପ୍ରକୃତ ଗ୍ରହଣ ସମୟ ୨ଟା ୩୮ ମିନିଟରୁ ସନ୍ଧ୍ୟା ୬ଟା ୧୯ ରହିଛି । ଏହି ସମୟରେ ଗର୍ଭବତୀ ନାରୀଙ୍କ ପାଇଁ କିଛି ସ୍ୱତନ୍ତ୍ର ନିୟମ ରହିଛି:

ଏହି ସମୟରେ ଗର୍ଭବତୀ ଅନ୍ୟମାନଙ୍କ ପରି ଠାକୁର ଘରକୁ ଯିବେ ନାହିଁ । କି ବାହାରକୁ ବାହାରିବେ ନାହିଁ ।ଏପରି କଲେ ଗର୍ଭସ୍ଥ ଶିଶୁର ମନ ଓ ଶରୀର ଉପରେ କୁପ୍ରଭାବ ପଡିପାରେ ।

କୌଣସି ଧାରୁଆ ଅସ୍ତ୍ର ବ୍ୟବହାର କରିବେ ନାହିଁ । କଇଁଚି, ଛୁରି ପରି ଧାରୁଆ ଅସ୍ତ୍ର ଧରି କିଛି କାଟିବା ଉଚିତ ନୁହେଁ । କାରଣ ଗ୍ରହଣ ଲାଗିବା ସମୟରେ ଗର୍ଭବତୀଙ୍କ ପାଇଁ ଏସବୁ ବର୍ଜନୀୟ ।

ଯେତେବେଳେ ଚନ୍ଦ୍ର ଗ୍ରାସ ହୋଇଥିବେ, ସେ ସମୟରେ ଗର୍ଭବତୀମାନେ ଚୁଲି ହେଉ କି ଗ୍ୟାସ ହେଉ ଲଗାଇ କିଛିବି ଖାଦ୍ୟ ରାନ୍ଧିବେ ନାହିଁ, କି ନିଜେ କିଛି ଖାଦ୍ୟ ଖାଇବା ଅନୁଚିତ ।

ଏହି ସମୟରେ ମିଛ କହିବା ଅନୁଚିତ । କାହା ପ୍ରତି ମନରେ ଛଳ କପଟ, ବା ଅସୂୟା ଭାବ ଆଣିବା ଅନୁଚିତ । ଏପରିକି ରାଗିଯାଇ କାହା ପାଇଁ ତୁଣ୍ଡରୁ ଅପଶବ୍ଦ ମଧ୍ୟ ବାହାର କରିବା ଅନୁଚିତ ।

ଏହି ସମୟରେ ଗର୍ଭବତୀ ମୁଣ୍ଡରେ ତେଲ ଲଗାଇବା ନିଷେଧ ।

କ’ଣ କରିବା ଉଚିତ:
ଗ୍ରହଣ ଲାଗିବା ସମୟରେ ଗର୍ଭବତୀ ମହିଳା ଦାନ , ଜପ କରିବା ଉଚିତ । ପବିତ୍ର ଜଳରେ ସ୍ନାନ କରିବା ସହ ନିଜ ଇଷ୍ଟଙ୍କ ନାମ ଜପ କରିବା ଉଚିତ ।

ଗ୍ରହଣ ଲାଗିବା ସମୟରେ ଗର୍ଭବତୀମାନେ ହନୁମାନ ଚାଳିଶା ପାଠ କରିବା ଉଚିତ । ଏହାଦ୍ୱାରା ମନର ନକାରାତ୍ମକ ଚିନ୍ତା ଦୂର ହୋଇ ଗର୍ଭସ୍ଥ ଶିଶୁର ମାନସିକ ଶକ୍ତି ଦୈବୀ ଶକ୍ତି ଦ୍ୱାରା ପ୍ରଭାବିତ ହୋଇଥାଏ ।