ବୀର ସୁରେନ୍ଦ୍ର ସାଏଙ୍କୁ ନେଇ ରାଜନୀତି । ମୁହାଁମୁହିଁ ହେଲେ ଦୀପାଳି ଦାସ, ଟଙ୍କଧର ତ୍ରିପାଠୀ । ଚର୍ଚ୍ଚାରେ ନେତାଙ୍କ ଟୁଇଟ୍ ୱାର୍ ।

810

କନକ ବ୍ୟୁରୋ: ବୀର ସୁରେନ୍ଦ୍ର ସାଏଙ୍କୁ ନେଇ ଝାରସୁଗୁଡାରେ ଦେଖିବାକୁ ମିଳିଛି ଟ୍ୱିଟର ୱାର । ମୁହାଁମୁହିଁ ହୋଇଛନ୍ତି ଦୀପାଳି ଦାସ, ଟଙ୍କଧର ତ୍ରିପାଠୀ । ୫-ଟି ସଚିବଙ୍କ ସମ୍ବଲପୁର ଗସ୍ତ ସମୟରେ ଖିଣ୍ଡା ଗାଁର ବିକାଶ ପାଇଁ ୬ କୋଟି ୪୦ ଲକ୍ଷ ଟଙ୍କା ଘୋଷଣା କରିଥିଲେ । ଏହାକୁ ନେଇ ଦୀପାଳି ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୟାଗ୍ କରି ଟୁଇଟ୍ କରିଥିଲେ । ଆଉ ଏହାର ଜବାବ ରଖିଛନ୍ତି ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ । ସେ ପ୍ରଶ୍ନ କରିଛନ୍ତି, ୨୪ ବର୍ଷ ଶାସନରେ ରହିଲା ପରେ ମୁଖ୍ୟମନ୍ତ୍ରୀଙ୍କୁ ବୀର ସୁରେନ୍ଦ୍ର ସାଏଙ୍କ କଥା ମନେପଡିଲା । ମୋଦୀ ସରକାର ବୀର ସୁରେନ୍ଦ୍ର ସାଏଙ୍କୁ ସମ୍ମାନ ଜଣାଇ ବିମାନବନ୍ଦରର ନାମକରଣ କରିବା ସହ ବିମାନବନ୍ଦରରେ ତାଙ୍କ ପ୍ରତିମୂର୍ତି ବି ସ୍ଥାପନ କରିଛନ୍ତି । ଆଉ ଏହାକୁ ନେଇ ରାଜନୀତି ଜୋର ଧରିଛି ।

  • ବୀର ସୁରେନ୍ଦ୍ର ସାଏଙ୍କୁ ନେଇ ରାଜନୀତି
  • ମୁହାଁମୁହିଁ ଦୀପାଳି ଦାସ, ଟଙ୍କଧର ତ୍ରିପାଠୀ
  • ଚର୍ଚ୍ଚାରେ ନେତାଙ୍କ ଟୁଇଟ୍ ୱାର

ବରପୁତ୍ର ବୀର ସୁରେନ୍ଦ୍ର ସାଏଙ୍କ ସ୍ମୃତିକୁ ଅମର ରଖିବା ପାଇଁ କିଏ କ’ଣ କରିଛି? ଏଥିପାଇଁ କିଏ, କେଉଁ ଦଳକୁ ଶ୍ରେୟ ବା’ ଧନ୍ୟବାଦ ଦେବ, ଏହି ପ୍ରସଙ୍ଗକୁ ନେଇ ଚାଲିଛି ଟୁଇଟ୍ ୱାର । ଆଉ ଟୁଇଟ୍ ଯୁଦ୍ଧର କେନ୍ଦ୍ରରେ ଅଛନ୍ତି, ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ଓ ବିଜେପି ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ । ଫାଇଭ୍-ଟି ସଚିବଙ୍କ ସମ୍ବଲପୁର ଗସ୍ତ ସମୟରେ ଖିଣ୍ଡା ଗାଁର ବିକାଶ ପାଇଁ ୬ କୋଟି ୪୦ ଲକ୍ଷ ଟଙ୍କା ଘୋଷଣା କରିଥିଲେ । ଏହାକୁ ନେଇ ଦୀପାଳି ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୟାଗ୍ କରି ଟୁଇଟର୍ରେ ଲେଖିଥିଲେ ।

ବୀର ସୁରେନ୍ଦ୍ର ସାଏ ହେଉଛନ୍ତି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ଗର୍ବ ଓ ଗୌରବ, ଆମ ଅସ୍ମିତାର ପ୍ରତୀକ । ତାଙ୍କ ଜନ୍ମସ୍ଥଳୀକୁ ଏକ ପର୍ଯ୍ୟଟନସ୍ଥଳ ଭାବେ ଗଢ଼ି ତୋଳିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଏତେ ବଡ଼ ଘୋଷଣା କରିବା ସତ୍ତେ୍ୱ ଆପଣ ଥରେ ତାଙ୍କୁ ଧନ୍ୟବାଦ ମଧ୍ୟ ଦେଲେ ନାହିଁ? ଏଥିରେ ଆପଣ ଖୁସି ନାହାଁନ୍ତି କି?

ଝାରସୁଗୁଡ଼ା ବିଧାୟିକାଙ୍କ ଏହି ଟୁଇଟ୍ ପରେ ଆକ୍ରମଣାତ୍ମ ଆଭିମୁଖ୍ୟ ଗ୍ରହଣ କରି, ତୁରନ୍ତ ଟୁଇଟ୍ କରିଥିଲେ ରାଜ୍ୟ ବିଜେପି ସମ୍ପାଦକ ତଥା ଦୀପାଳିଙ୍କ ପ୍ରତିଦ୍ୱନ୍ଦି ଟଙ୍କଧର ତ୍ରିପାଠୀ । ଟୁଇଟ କରି ଲେଖିଥିଲେ – ଯାହା ହେଉ ଦୀର୍ଘ ୨୪ ବର୍ଷ ଶାସନରେ ରହିଲା ପରେ ବୀର ସୁରେନ୍ଦ୍ର ସାଏଙ୍କ କଥା ମନେ ପଡ଼ିଲା । ମୋଦି ସରକାର ବୀର ସୁରେନ୍ଦ୍ର ସାଏଙ୍କୁ ସମ୍ମାନ ଜଣାଇ ଝାରସୁଗୁଡ଼ା ସ୍ଥିତ ବିମାନବନ୍ଦରକୁ ତାଙ୍କ ନାମରେ ନାମିତ କରିଛନ୍ତି ଏବଂ କେନ୍ଦ୍ରମନ୍ତ୍ରୀ ଓଡ଼ିଶାର ରତ୍ନ ଧମେନ୍ଦ୍ର ପ୍ରଧାନଙ୍କ ଭୂମିକା କ’ଣ, ନବ ବାବୁ ଭଲ ଭାବରେ ଜାଣିଥିଲେ ।

ଦୁଇ ପ୍ରତିଦ୍ୱନ୍ଦୀ ନେତାଙ୍କ ଏହି ଟୁଇଟ ୱାରରେ ଏବେ ଦଳୀୟ ସମର୍ଥକ ମଧ୍ୟ ସାମିଲ ହୋଇଛି । ଯାହା ସୋସିଆଲ ମିଡିଆରେ ରୋଚକ ରାଜନୀତି ସୃଷ୍ଟି କରିଛି ।