ନକଲି ଡାକ୍ତର ରମେଶ ସ୍ୱାଇଁ ସାମ୍ନା କରିବେ ଅସଲି ପ୍ରଶ୍ନ । କରାଯିବ ଲାଇ ଡିଟେକସନ୍ ଟେଷ୍ଟ

106

କନକ ବ୍ୟୁରୋ: ୧୮ ସ୍ତ୍ରୀଙ୍କ ସ୍ୱାମୀ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ହେବ ଲାଏ ଡିଟେକସନ ଟେଷ୍ଟ । ଏହି ଠକ ମାଷ୍ଟରର ସତ ଆଉ ମିଛ ଧରିବାକୁ କମିଶନରେଟ୍ ପୋଲିସ ଲାଏ ଡିଟେକ୍ସନ୍ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିଥିଲା । ପଲିଗ୍ରାଫ ଟେଷ୍ଟ ପାଇଁ ରମେଶଙ୍କ ମତାମତ ଲୋଡ଼ିଥିଲେ କୋର୍ଟ, ଆଉ ଏଥିପାଇଁ ସେ ରାଜିଥିବା କୋର୍ଟଙ୍କୁ କହିଥିଲେ । ରମେଶ ସ୍ୱାଇଁର ୧୮ଟି ବାହାଘର ଓ ଠକେଇ ସମେତ ସବୁ କଳା କାରନାମାର ସତ ଉଗାଳିବ କମିଶନରେଟ ପୋଲିସ ।

ସତ କହିବେ ମିଛ ଡାକ୍ତର । ୧୮ ପତ୍ନୀଙ୍କ ସ୍ୱାମୀ ରମେଶ ସ୍ୱାଇଁ ଠାରୁ ଗୋଟି ଗୋଟି କରି ସତ ଉଗାଳିବ କମିଶନରେଟ୍ ପୋଲିସର ପିଙ୍କ୍ ଟିମ୍ । କାହିଁକି ନା ଆଗକୁ ରମେଶର ହେବ ଲାଏ ଡିଟେକ୍ସନ୍ ଟେଷ୍ଟ ।

ନକଲି ଡାକ୍ତର ରମେଶ ସ୍ୱାଇଁ । କେତେ ସତ କହୁଛନ୍ତି ଆଉ କେତେ ମିଛ କହୁଛନ୍ତି । ଏହି ଠକ ମାଷ୍ଟରର ସତ ଆଉ ମିଛ ଧରିବାକୁ କମିଶନରେଟ୍ ପୋଲିସ ଲାଏ ଡିଟେକ୍ସନ୍ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିଥିଲା । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ଅନୁସାରେ ସତମିଛ ପରୀକ୍ଷା ପାଇଁ ଅଭିଯୁକ୍ତଙ୍କ ସହମତିର ଆବଶ୍ୟକତା ରହିଛି । ସେଥିପାଇଁ କୋର୍ଟଙ୍କ ଅନୁମତି କ୍ରମେ କୋର୍ଟ ରୁମରେ ହାଜର ହେଲେ ୧୮ ସ୍ତ୍ରୀଙ୍କ ସ୍ୱାମୀ ରମେଶ ସ୍ୱାଇଁ । ଏହି ପଲିଗ୍ରାଫ ଟେଷ୍ଟ ପାଇଁ ରମେଶଙ୍କ ମତାମତ ଲୋଡ଼ିଲେ କୋର୍ଟ । ଆଉ କିଛି ଭାବିବା ଆଗରୁ ସତମିଛ ପରୀକ୍ଷା ପାଇଁ ସେ ରାଜିଥିବା କୋର୍ଟଙ୍କୁ କହିଥିଲେ । କେମିତି ଜଣ ଜଣ କରି ୧୮ ଜଣ ପତ୍ନୀଙ୍କୁ ବିବାହ ବାହାନାରେ ଲୁଟିଲେ, ସେ ନେଇ ଠକ ରମେଶଙ୍କ ପାଇଁ କ’ଣ ରହିପାରେ କମିଶନରେଟ୍ ପୋଲିସର ପ୍ରଶ୍ନ…

  • ପ୍ରଶ୍ନ-୧: ବିବାହ ପୂର୍ବରୁ ଅନ୍ୟ ପତ୍ନୀଙ୍କ ବାବଦରେ ନୂଆ ପତ୍ନୀଙ୍କୁ ଅବଗତ କରାନ୍ତି କି?
  • ପ୍ରଶ୍ନ-୨: ବାହା ହେବା ପଛର ଉଦ୍ଦେଶ୍ୟ କ’ଣ?
  • ପ୍ରଶ୍ନ-୩: ବାହା ହେବା ପରେ ସ୍ତ୍ରୀଙ୍କ ଠାରୁ କେମିତି ଟଙ୍କା ଆଦାୟ କରନ୍ତି?
  • ପ୍ରଶ୍ନ-୪: ଲୁଟ୍ ଟଙ୍କାକୁ କେଉଁଠି ବିନିଯୋଗ କରନ୍ତି?
  • ପ୍ରଶ୍ନ-୫: ମହିଳାଙ୍କୁ ପ୍ରେମ ଜାଲରେ କେମିତି ପକାନ୍ତି?
  • ପ୍ରଶ୍ନ-୬: ଆପଣ ବିବାହ ନାଁରେ କେତେ ଜଣଙ୍କୁ ଲୁଟିଛନ୍ତି?
  • ପ୍ରଶ୍ନ-୭: କାରନାମା ପଛରେ ରହିଛି କି ପରିବାରର ହାତ?

ରମେଶଙ୍କ ପାଇଁ ଏହିଭଳି ୭୦ଟି ପ୍ରଶ୍ନ ପ୍ରସ୍ତୁତ କରିଛି ପିଙ୍କ ଟିମ୍ । ତେବେ ମିଳିଥିବା ସୂଚନା ଅନୁସାରେ ଆସନ୍ତା ସପ୍ତାହରେ ହୋଇପାରେ ନକଲି ଡାକ୍ତରଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ ।