ନୂଆ ସଂସଦ ଭବନରେ ସୁଉଚ୍ଚ ଅଶୋକ ସ୍ତମ୍ଭ  । ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦୀ । 

288

କନକ ବ୍ୟୁରୋ: ନୂଆ ସଂସଦ ଭବନରେ ଆଜି ନୂଆ ଅଶୋକ ସ୍ତମ୍ଭର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି  ସମ୍ଭର ଉଚ୍ଚତା ରହିଛି ୨୦  ଫୁଟ୍ । ଏହାର ଓଜନ ୯୫୦୦ କେଜି । ଏହା କେବଳ ବ୍ରୋଞ୍ଚରେ ନିର୍ମାଣ କରାଯାଇଛି । ଏହାକୁ ୮ଟି ପର୍ଯ୍ୟାୟରେ ନିର୍ମାଣ କରାଯାଇଛି ।

ଏହାପରେ ନୂତନ ସଂସଦ ଭବନ ନିର୍ମାଣ କାର୍ଯ୍ୟର ନୀରିକ୍ଷଣ କରିଥିଲେ । ଏହି କାର୍ଯ୍ୟରେ ନିୟୋଜିତ ଶ୍ରମିକ ମାନଙ୍କ ସହ ଆଲୋଚନା କରିଥିଲେ ।

ଏହି ସମୟରେ ସଂସଦ ଭବନ ପରିସରରେ ବିଶେଷ ପୂଜାପାଠର ଆୟୋଜନ ହୋଇଥିଲା ।

ଏଥିରେ ମୋଦୀଙ୍କ ସହ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଉପସ୍ଥିତ ଥିଲେ । ଶୀତକାଳୀନ ଅଧିବେସନ ସୁଦ୍ଧା ନୂଆ ସଂସଦ ଭବନର କାର୍ଯ୍ୟ ଶେଷ ହେବ ବୋଲି ବିର୍ଲା କହିଥିଲେ ।