୨ ବର୍ଷ ପରେ ନିଜ ମା’ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ । ସାଙ୍ଗରେ ବସି ଖାଇଲେ, ପାଦ ଛୁଇଁ ଆଶୀର୍ବାଦ ବି ନେଲେ 

926

କନକ ବ୍ୟୁରୋ: ୪ଟି ରାଜ୍ୟରେ ବଡ ବିଜୟ ପରେ ଗୁଜରାଟ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀର୍ଘ ଦୁଇ ବର୍ଷ ପରେ ନିଜ ମା ହୀରାବେନଙ୍କୁ ଭେଟିଛନ୍ତି । ୨୦୧୯ ମସିହା ଅକ୍ଟୋବର ମାସ ପରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ତାଙ୍କ ମାଙ୍କୁ ଭେଟି ତାଙ୍କଠାରୁ ଆଶୀର୍ବାଦ ନେଇଛନ୍ତି । ତେବେ ଆଜି ମୋଦୀ ପ୍ରଥମେ ତାଙ୍କ ମାଙ୍କୁ ଭେଟିବା ପରେ ତାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ, ଆଉ ପରେ ପରେ ତାଙ୍କ ସହିତ ବସି ଖାଇଥିଲେ । ଯେଉଁ ଫଟୋକୁ ଏବେ ସୋସିଆଲ୍ ମିଡିଆରେ ଲୋକମାନେ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

ସୂଚନାଯୋଗ୍ୟ ଯେ, ପିଏମ୍ ମୋଦୀ ଆଜି ଅହମ୍ମଦାବାଦରେ ଏକ ବଡ ରୋଡ୍ ସୋ କରିଥିଲେ । ଯେଉଁଥିରେ ଲୋକଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଏହି ଅବସରରେ ମୋଦୀ ସମସ୍ତଙ୍କର ଅଭିବାଦନ ଗ୍ରହଣ କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ପଞ୍ଚାୟତ ସମ୍ମିଳନୀରେ ନିଜର ସମ୍ବୋଧନ ରଖିଥିଲେ ।