ଇତିହାସ ସୃଷ୍ଟି କଲେ ଓମ୍ ବିର୍ଲା । ସ୍ପିକର ହେବା ପରେ ବି ନିର୍ବାଚନ ଜିତି ଦ୍ୱିତୀୟ ଥର ହେଲେ ଲୋକସଭା ବାଚସ୍ପତି ।

1,309

କନକ ବ୍ୟୁରୋ: ଆଜି ଓମ୍ ବିର୍ଲାଙ୍କୁ ଦ୍ୱିତୀୟ ଥର ପାଇଁ ବାଚସ୍ପତି ଭାବେ ନିର୍ବାଚନ କରାଯିବାର ଦୃଶ୍ୟ ଥିଲା ଅତ୍ୟନ୍ତ ରୋଚକ । ଉଭୟ ପ୍ରଧାନମନ୍ତ୍ରୀ ମୋଦୀ ଓ ବିରୋଧୀ ଦଳ ନେତା ନିଜ ନିଜ ଆସନରୁ ତାଙ୍କ ସହ ହାତ ମିଳାଇ ତାଙ୍କୁ ବାଚସ୍ପତିଙ୍କ ଆସନ ଯାଏଁ ବାଟେଇ ନେଇ ଶୁଭେଚ୍ଛା ଜଣାଇଥିଲେ ।

ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଗୃହକୁ ଅଭିଭାଷଣ ରଖିବା କ୍ରମରେ ଓମ୍ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏଥିରେ ସେ ଓମ ବିର୍ଲାଙ୍କର ରାଜନୈତିକ ପରାକ୍ରମକୁ ପ୍ରଶଂସା କରିଥିଲେ । ମୋଦୀ କହିଥିଲେ ପୂର୍ବରୁ ବଳରାମ ଜାଖଡ, ଦ୍ୱିତୀୟ ଥର ଲୋକସଭା ବାଚସ୍ପତି ହୋଇଥିଲେ । ଏହାପରେ ଓମ ବିର୍ଲା ଲଗାତାର ଦ୍ୱିତୀୟ ଥର ଲୋକସଭାର ବାଚସ୍ପତି ହୋଇ ରେକର୍ଡ କରିଛନ୍ତି ।
ତେବେ ସବୁଠୁ ବଡ କଥା ହେଉଛି କେହି ନେତା ଥରେ ବାଚସ୍ପତି ହେବା ପରେ ତାଙ୍କ ରାଜନୈତିକ ଗତି ଶିଥିଳ ହୋଇଯାଏ ବା ସେମାନେ ଆଉ ନିର୍ବାଚନ ଜିତିବା କଷ୍ଟକର ହୋଇପଡେ କିନ୍ତୁ ଓମ୍ ବିର୍ଲା ୧୭ ତମ ଲୋକସଭାରେ ବାଚସ୍ପତି ହୋବା ପରେ ବି ୨୦୨୪ ସାଧାରଣ ନିର୍ବାଚନରେ କୋଟା ଆସନରୁ ୪୧ ହଜାର ୧୪୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ, ଯାହା ବାସ୍ତବରେ ପ୍ରଶଂସନୀୟ । ତାଙ୍କର ସେବା ମନୋଭାବ ତାଙ୍କୁ ସଫଳତା ଆଡକୁ ବାଟ କଢେଇ ନେଉଛି ।

ତେବେ ୧୭ତମ ଲୋକସଭାରେ ତାଙ୍କର ଅଧ୍ୟକ୍ଷତାରେ ସଦନର ବ୍ୟବସ୍ଥାରେ ଅନେକ ସୁଧାର ଆସିଛି । ତାଙ୍କ ଅଧ୍ୟକ୍ଷତାରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ପାରିତ ହୋଇଛି । ନାରୀଶକ୍ତି ବନ୍ଦନ ଅଧିନିୟମ, ଜମ୍ମୁ –କାଶ୍ମୀର ପୁନର୍ଗଠନ ବିଧେୟକ, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ସାମାଜିକ ସୁରକ୍ଷା ସଂହିତା, ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ୍ ବିଲ୍, ମୁସଲିମ୍ ମହିଳା ବିବାହ ଅଧିକାର, ସୁରକ୍ଷା ବିଧେୟକ, କନଜ୍ୟୁମର ପ୍ରୋଟେକ୍ସନ ବିଲ୍, ଡାଇରେକ୍ଟ ଟ୍ୟାକ୍ସ, ପରି ଗୁରୁତ୍ୱପୂର୍ଣ୍ଣ ବିଲ ପାରିତ ହୋଇଛି ।

ଯେପରି ୧୭ ତମ ଲୋକସଭାରେ ଗୃହକୁ ସୂଚାରୁ ରୁପେ ପରିଚାଳିତ କରିଥିଲେ, ନିଜର ପାରିଦର୍ଶିତା ଓ ବ୍ୟବହାର ସହ ୧୮ ତମ ଲୋକସଭାରେ ଗୃହର ମାର୍ଗଦର୍ଶନ କରିବେ ବୋଲି କହି ପ୍ରଶଂସା କରିଛନ୍ତି ମୋଦୀ ।