ବିଲାତି ପରେ ଖାଉଟିଙ୍କୁ ଚିନ୍ତାରେ ପକାଇଛି ପିଆଜ ଦର । ୧୦ ଦିନ ମଧ୍ୟରେ ଆହେତୁକ ମୂଲ୍ୟବୃଦ୍ଧି ପରେ ସରକାର ନେଲେ ଏହି ନିଷ୍ପତ୍ତି

194

କନକ ବ୍ୟୁରୋ : ବଜାରରେ ବିଲାତିର ଦାମ ଟିକେ କମିଆସିବା ବେଳକୁ ଏବେ ପିଆଜର ଦାମ ଖାଉଟିଙ୍କୁ ଚିନ୍ତାରେ ପକାଇଛି । କିଛିଦିନ ମଧ୍ୟରେ କିଲୋପ୍ରତି ୨୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଏବେ ୪୦ ଟଙ୍କାରେ ପହଂଚିସାରିଛି । ଏହାକୁ ନେଇ ଖାଉଟି ଚିନ୍ତାରେ ଥିବା ବେଳେ କେନ୍ଦ୍ରମନ୍ତ୍ରୀ ପୀୟୁଷୁ ଗୋଏଲ ଖାଉଟି ଓ ପିଆଜ ଚାଷୀଙ୍କୁ ଆଶ୍ୱାସନା ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ ନାସିକ ଠାରେ ଥିବା ଦେଶର ସବୁଠାରୁ ବଡ ପିଆଜ ମଣ୍ଡି ସହିତ ଜଡିକ ଚାଷୀ ଓ ବ୍ୟବାସୀୟଙ୍କ ଦ୍ୱାରା ଚାଲିଥିବା ଧର୍ମଘଟକୁ ନେଇ ସେମାନଙ୍କୁ ଭରଶା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି କି ପିଆଜର ଦାମ ବୃଦ୍ଧି ହେବ ନାହିଁ । ଏହାସହ ସରକାରୀ ସ୍ତରରେ ପିଆଜ ଚାଷୀମାନଙ୍କର ଯେଭଳି କ୍ଷତି ହେବ ନାହିଁ ସେନେଇ ପଦକ୍ଷେପ ନିଆଯାଉଛି । ପିଆଜ ରପ୍ତାନୀ ଉପରେ ୪୦ ପ୍ରତିଶତ ଏକ୍ସପୋର୍ଟ ଶୁଳ୍କକୁ ବିରୋଧ କରି ଉଭୟ ପିଆଜ ଚାଷୀ ଓ ବ୍ୟବସାୟୀ ଧର୍ମଘଟ କରିଥିଲେ । ନାସିକ ଜିଲ୍ଲାରେ ମୋଟ ୧୫ ଟି କୃଷକ ମଣ୍ଡିରୁ ୧୩ଟି ମଣ୍ଡିରେ ପିଆଜ କ୍ରୟ ଓ ବିକ୍ରୟ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଥିଲା ।

ପୀୟୁଷ ଗୋଏଲ କହିଛନ୍ତି କି, ଏନେଇ ସେ ମହାରାଷ୍ଟ୍ର ସରକାରର ବରିଷ୍ଠ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । ଖାଉଟିଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖିବା ସହ ଚାଷୀମାନେ କିଭଳି ଉପଯୁକ୍ତ ମୂଲ୍ୟ ପାଇପାରିବେ ତାହା ଉପରେ ସରକାର ପଦକ୍ଷେପ ନେଉଛନ୍ତି ।

ମହାରାଷ୍ଟ୍ର କୃଷିମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ଏନେଇ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କ ସହ ଭେଟ କରିଛନ୍ତି । ପୀୟୁଷ ଗୋଏଲ ଏହା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି କି, ସରକାର କିଲୋପ୍ରତି ୨୫ଟଙ୍କାରେ ପିଆଜ ବିକ୍ରି କରିବେ । ଏହା ସହ ଏଥର ସରକାର ୩ଲକ୍ଷ ମେଟ୍ରିକ ଟନ୍ ସ୍ଥାନରେ ୫ଲକ୍ଷ ମେଟ୍ରିକ୍ ଟନ ପିଆଜ କିଣିବେ । ସରକାର ଏବେ କୁଇଣ୍ଟାଲ ପ୍ରତି ୨୪୧୦ଟଙ୍କାରେ ପିଆଜ କିଣୁଛନ୍ତି ।