ପାରା ଆଣିଛି ପାକର ବାର୍ତା : ଚିଠିରେ ମୋଦିଙ୍କୁ ଧମକ୍

19

ପାକିସ୍ତାନର ପ୍ରତି ପିଲା ବି ଭାରତ ବିରୋଧରେ ଲଢେଇ କରିବାକୁ ପ୍ରସ୍ତୁତ । ବିଏସଏଫ ଯବାନଙ୍କ ଦ୍ୱାରା ଧରାପଡିଥିବା ଏକ ପାରା ଦେହରେ ଲାଗିଥିବା ଚିଠିରେ ଏପରି ଲେଖାଯାଇଛି । ଏହି ପାରାକୁ ସୀମା ଆରପଟୁ ଛଡାଯାଇଥିବା ସଂଦେହ କରାଯାଉଛି ।

vlcsnap-2016-10-03-09h10m27s250ଭାରତର ସର୍ଜିକାଲ ଷ୍ଟ୍ରାଇକ୍ ପରେ ପାକିସ୍ତାନରେ ଯେଭଳି ଭାବେ ନିରାଶ ଖେଳିଯାଇଛି, ତାହାର ଏପରି ପ୍ରତିଫଳନ ଦେଖିବାକୁ ମିଳୁଛି । ଗତକାଲି ବେଲୁନରେ ଧମକପୂର୍ଣ୍ଣ ଚିଠି ଓ ପାରା ଗୋଡରେ ବନ୍ଧା ହୋଇଥିବା ଚିଠି ବିଏସଏଫ୍ ଜବତ କରିଛି ।

ପଠାନକୋଟ୍ ବାମିଆଲ ସେକ୍ଟରରେ ଥିବା ବିଏସଏଫର ସିମ୍ବାଲ ପୋଷ୍ଟ ନିକଟରେ ଏହି ପାରାକୁ ଧରାଯାଇଥିଲା। ବନ୍ଧା ହୋଇଥିବା ଚିଠିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦେଶ୍ୟରେ ଉର୍ଦ୍ଦୁ ଅକ୍ଷରରେ ଲେଖାଯାଇଛି ।pigeon-custody-3

ସେଥିରେ ଲେଖାଅଛି, ମୋଦିଜୀ, ଆମକୁ ୧୯୭୧ ମସିହାର ଲୋକ ବୋଲି ଭାବନ୍ତୁ ନାହିଁ। ଏବେ ପାକିସ୍ତାନର ପ୍ରତ୍ୟେକ ଶିଶୁ ମଧ୍ୟ ଭାରତ ବିରୋଧରେ ଲଢେଇ ପାଇଁ ପ୍ରସ୍ତୁତ ।

ଉରି ଆକ୍ରମଣର ଜବାବରେ ପାକିସ୍ତାନ ଅଧିକୃତ କଶ୍ମୀରରେ ଚାଲିଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ଭାରତର ସର୍ଜିକାଲ ଆଟାକ୍ ପରେ ଦୁଇ ଦେଶ ମଧ୍ୟରେ ଉତେଜନା ବଢିବାରେ ଲାଗିଛି ।