ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରଥମ ପାଳିରେ ୩୨୯ରେ ଅଲ୍-ଆଉଟ୍ ହୋଇଗଲା ଟିମ୍ ଇଣ୍ଡିଆ

54

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ଭାତର ପ୍ରଥମ ଇଂନିସ ଖେଳି ୩୨୯ ରନରେ ଅଲଆଉଟ୍ ହୋଇଯାଇଛି । ଦ୍ୱିତୀୟ ଦିନର ପ୍ରଥମରୁ ହିଁ ମାତ୍ର ୨୯ ରନରେ ଦଳ ୪ ଟି ୱିକେଟ୍ ହରାଇ ପ୍ରଥମ ପାଳିରେ ୩୨୯ ରନ୍ କରିବାରେ ସକ୍ଷମ ହୋଇଛି । ଶନିବାର ଚେନ୍ନାଇରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ହେଲେ ଗିଲଙ୍କ ୱିକେଟ୍ ପଡିବା ସହିତ ଦଳକୁ ମିଳିଥିଲ ପ୍ରାରମ୍ଭିକ ଝଟକା । ଏହାପରେ ପୂଜାରା ଓ ରୋହିତ ଶର୍ମା ୮୫ ରନର ପାର୍ଟନରସିପ ତିଆରି କରିବା ସହିତ ଭାରତ ଆଗକୁ ବଢିଥିଲା । ହେଲେ ଏହି ସମୟରେ ଦଳକୁ ମିଳିଥିଲା ଡବଲ ଝଟକା । ପୂଜାରାଙ୍କ ପରେ ପରେ ଅଧିନାୟକ କୋହଲି ବିନା କୌଣସି ରନ କରି ଆଉଟ୍ ହୋଇଯାଇଥିଲେ । ହେଲେ ଏହାପରେ ରାହାଣେ ଓ ରୋହିତ ଯୋଡି ଦଳର ସ୍କୋରକୁ ଆଗକୁ ବଢାଇଥିଲେ । ରୋହିତ ନିଜର ଟେଷ୍ଟ କ୍ୟାରିୟରର ସପ୍ତମ ଶତକ ଅର୍ଜନ କରିବା ସହିତ ୧୬୧ ରନର ଇଂନିସ ଖେଳିଥିଲେ ।