ପ୍ରଧାନମନ୍ତ୍ରୀଙ୍କ ପରେ ନାଲି ଆଖି ଦେଖାଇଲେ ପାକ୍ ରେଳମନ୍ତ୍ରୀ: କହିଲେ, ଯଦି ଆକ୍ରମଣ ହୁୁଏ ତେବେ ଭାରତରେ ଘଂଟି ବଜାଇବାକୁ ବି କେହି ଜିବିତ ରହିବେନି

2,181

ଜମ୍ମୁକାଶ୍ମୀରର ପୁଲୱାମାରେ ହୋଇଥିବା ବଡ ଧରଣର ଆତଙ୍କୀ ଆକ୍ରମଣ ପରେ ପରେ ଗତକାଲି ପାକିସ୍ତାନ ପ୍ରଧାମନ୍ତ୍ରୀ ଇମ୍ରାନ ଖାନ ଭାରତକୁ  ନାଲି ଆଖି ଦେଖାଇ କହିଛନ୍ତି କି, ଭାରତ ଯଦି ପାକିସ୍ତାନ ଉପରେ ଆକ୍ରମଣ କରିବ ତେବେ ଆମେ ଏହାର କଡା ଜବାବ୍ ଦେବୁ । ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟର ତୁରନ୍ତ ବାଦ୍ ପାକିସ୍ତାନର ରେଳ ମନ୍ତ୍ରୀଙ୍କର ବୟାନ ବି  ଗଣମାଧ୍ୟମକୁ ଚାଲିଆସିଥିଲା । ପାକିସ୍ତାନ ରେଳମନ୍ତ୍ରୀ ଶୈଖ ଅହମଦ ରସିଦ ମଧ୍ୟ ଭାରତକୁ  ଚେତାବନୀ ଦେଇଛନ୍ତି । ସେ କହିଛନ୍ତି କି, ଯଦି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରେ ତେବେ ମନ୍ଦିରର ଘଂଟି ବଜାଇବାକୁ ଭାରତରେ କେହି ଗୋଟିଏ ହେଲେବି ଜିବିତ ରହିବେନି । ପାକ୍ ରେଳ ମନ୍ତ୍ରୀଙ୍କ ଏଭଳି ମୁର୍ଖାମୀ ବୟାନ ପରେ ପରେ ସୋସିଆଲ ମିଡିଆରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।

ଇମ୍ରାନ ଖାନଙ୍କ ଛୋଟ ମୁହଁ ବଡ କଥା: ଯଦି ଭାରତ ଆକ୍ରମଣ କରେ ତେବେ କଡା ଜବାବ ଦେବୁ

ପୁଲୱାମା ଆକ୍ରମଣ ପରେ ତୀବ୍ର ଅନ୍ତର୍ଜାତୀୟ ପ୍ରତିକ୍ରିୟା ହେବା ପରେ ପାକିସ୍ତାନ ପ୍ରତିକ୍ରିୟା ପ୍ରକାଶ କରିଛି । ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏ ନେଇ ଗତକାଲି ସଫେଇ ଦେଇଛନ୍ତି । । ଇମ୍ରାନ କହିଛନ୍ତି, ଭାରତ ଆକ୍ରମଣ କଲେ ଆମେ ଚୁପ ବସିବିନୁ, ଏହାର ଜବାବ ଦେବୁ । ତେବେ ସେ କହିଛନ୍ତି,  ଯୁଦ୍ଧ ଆରମ୍ଭ କରିବା ସହଜ କିନ୍ତୁ ବନ୍ଦ କରିବା ସହଜ ନୁହେଁ । ଆମେ ଆତଙ୍କବାଦ ଉପରେ କଥାବାର୍ତା କରିବାକୁ ପ୍ରସ୍ତୁତ ଅଛୁ । ବିଶେଷକରି  ଭାରତ ସହ  କଥାବର୍ତା ପାଇଁ ପ୍ରସ୍ତୁତ ରହିଥିବା କଥା କହିଛନ୍ତି ଇମ୍ରାନ ଖାନ । ଆକ୍ରମଣ ବାବଦରେ  ସମସ୍ତ ପ୍ରକାର ତଦନ୍ତ ପାଇଁ  ପାକିସ୍ତାନ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ଇମ୍ରାନ ଖାନ ।  ପାକିସ୍ତାନରେ  ଆତଙ୍କବାଦର ସ୍ଥାନ ନାହିଁ  ଓ ଆକ୍ରମଣରେ ପାକିସ୍ତାନର ଫାଇଦା କଣ ବୋଲି  ସଫେଇ ଦେଇଛନ୍ତି ଇମ୍ରାନ ଖାନ ।

ପୁଲଓାମା ଆକ୍ରମଣ: ଭାରତର ଉଗ୍ର ରୂପ ଦେଖି ଡରିଲା ପାକ୍, ଜାତିସଂଘର ଶରଣ ଲୋଡିଲା

ଏପଟେ ଭାରତକୁ ଧକମ ଆଉ ସେପଟେ ଭାରତ ସହିତ ଆଲୋଚନା ପାଇଁ ଜାତିସଂଘର ଶରଣ ଲୋଡ଼ିଛି ପାକସ୍ତାନ । ପୁଲୱାମା ଆତଙ୍କୀ ହମଲା ନେଇ ଭାରତର କୋଣ ଅନୁକୋଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । କେଉଁଠି ପାକିସ୍ତାନ ପତାକାକୁ ଜଳା ଯାଉଛି ତ କେଉଁଠି ପାକ ବିରୋଧୀ ନାରାରେ ପ୍ରତିବାଦ କରାଯାଉଛି । ଦେଶବ୍ୟାପୀ ପାକ୍ ବିରାଧୀ ଜଳୁଥିବା ନିଆଁକୁ ଲିଭାଇବା ପାଇଁ ଜାତିସଂଘ ହସ୍ତକ୍ଷେପ ଲୋଡ଼ିଛି ପାକିସ୍ତାନ । ବୈଦେଶୀକ ବ୍ୟାପାର ମନ୍ତ୍ରୀ ଶାହ ମହମ୍ମୁଦ କ୍ୟୁରେଶୀ ପୁଲୱାମା ଆତଙ୍କୀ ହମଲା ପରେ ଦୁଇ ଦେଶ ମଧ୍ୟରେ ବଢୁଥିବା ତିକ୍ତତାର ସମାଧାନ ପାଇଁ ଜାତିସଂଘକୁ ଚିଠି ଲେଖି ଅନୁରୋଧ କରିଛନ୍ତି ଏବଂ କହିଛନ୍ତି ଯେ, ପାକିସ୍ତାନ ବିପକ୍ଷରେ ଭାରତ ଯେଉଁ ବଳ ପ୍ରୟୋଗ କରୁଛି, ତାହା ପାକିସ୍ତାନର ସୁରକ୍ଷା ସ୍ଥିତିକୁ ପ୍ରଭାବିତ କରୁଛି । ଏବଂ ଏହା ଆଗକୁ ବଡ଼ ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି । ତେଣୁ ତୁରନ୍ତ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ଦୁଇ ଦେଶ ମଧ୍ୟରେ ଥିବା ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଛି ପାକିସ୍ତାନ ।