ପାକ୍ ଉପରେ ଭାରି ପଡିଲେ ଭୁବନେଶ୍ୱର: ୧୪୭ ରନରେ ପାକିସ୍ତାନ ଅଲଆଉଟ, ଭାରତ ଆଗରେ ୧୪୮ ରନ ଟାର୍ଗେଟ 

216

କନକ ବ୍ୟୁରୋ: ଆଜି ଏସିଆକପରେ ଦମଦାର ପ୍ରଦର୍ଶନ କରିଛି ଭାରତ । ପାକିସ୍ତାନ ଉପରେ ଭାରି ପଡିଛନ୍ତି ଭାରତୀୟ ବୋଲର । ଭୁବନେଶ୍ୱର କୁମାରଙ୍କ ଦମଦାର ବୋଲିଂ ବଳରେ ପାକିସ୍ତାନ ମାତ୍ର ୧୪୭ ରନରେ ଅଲଆଉଟ ହୋଇଯାଇଛି । କେବଳ ଭୁବନେଶ୍ୱର ନୁହେଁ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଘାତକ ବୋଲିଂ କରି ପାକିସ୍ତାନ ବ୍ୟାଟରଙ୍କୁ ଚିନ୍ତାରେ ପକାଇଥିଲେ । ଏବେ ଭାରତ ଆଗରେ ବିଜୟ ଲକ୍ଷ୍ୟ ୧୪୮ ରନ ରହିଛି । ଭାରତକୁ ଜିତିବାକୁ ହେଲେ ଏହି ବିଜୟ ଲକ୍ଷ୍ୟ ପୂରଣ କରିବାକୁ ହେବ ।

ଏହି ମ୍ୟାଚରେ ଟସ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ପାଇଁ ଓହ୍ଲାଇଥିଲା ପାକିସ୍ତାନ ଦଳ । ଆରମ୍ଭରୁ ପାକିସ୍ତାନ ବୋଲରଙ୍କୁ ଆକ୍ରାଣାତ୍ମକ ବୋଲିଂ କରିଥିଲେ ଭାରତୀୟ ବୋଲର । ମହମ୍ମଦ ରିଜୱାନ ୪୩, ଇଫିତିକାର ଅହମ୍ମଦ ୨୮ ରନ କରିଥିଲେ । ଏହା ବ୍ୟତୀତ ଅନ୍ୟ କୌଣସି ପାକିସ୍ତାନ ବ୍ୟାଟର ବଡ ସ୍କୋର କରିପାରିନଥିଲେ । ଫଳରେ ଦଳ ୧୯ ଓଭର ୫ଟି ବଲ ଖେଳି ୧୪୭ ରନରେ ଅଲଆଉଟ ହୋଇଯାଇଥିଲା । ଏହି ମ୍ୟାଚରେ ଭୁବନେଶ୍ୱର କୁମାର ୪, ହାର୍ଦ୍ଦିକ ପାଣ୍ଡ୍ୟା ୩ ଓ ଅର୍ଶଦୀପ ସିଂ ୨ ଓ ଆଭେଶ ଖାନ ୧ ୱିକେଟ ନେଇଥିଲେ ।