ମନ ମୋହୁଛି ପଦ୍ମପୁର ଲୋକ ମହୋତ୍ସବ ୨୦୨୨ । ଗୀତ ଓ ବାଦ୍ୟର ତାଳେ ତାଳେ ଝୁମୁଛନ୍ତି ଦର୍ଶକ

105

କନକ ବ୍ୟୁରୋ: ଆରମ୍ଭ ହୋଇଛି ଦ୍ୱିତୀୟ ପଦ୍ମପୁର ଲୋକ ମହୋତ୍ସବ । ସନ୍ଧ୍ୟାରେ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ । ଗୀତ, ବାଦ୍ୟର ତାଳେ ତାଳେ ଉଠୁଛି ପଡୁଛି ମଞ୍ଚ । ଦର୍ଶକଙ୍କୁ ଆକୃଷ୍ଟ କରୁଛି ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାରଙ୍କର ନୃତ୍ୟ ପରିବେଷଣ ।

କରମା, ସମ୍ବଲପୁରି, ଢେମସା, ଗର୍ବା, ଓଡିଶୀ, ଢାପ ଆଦି ନୃତ୍ୟ କାର୍ଯ୍ୟକ୍ରମକୁ ମନ ଭରି ଉପଭୋଗ କରୁଛନ୍ତି ଦର୍ଶକ । ପଦ୍ମପୁର ଉପଖଣ୍ଡ ଐତିହ୍ୟ ଏବଂ ସଂସ୍କୃୃତିକୁ ବଞ୍ଚାଇ ରଖୁଥିବା ଭୂମି । ରାଜବୋଡାସମ୍ବର ଅଞ୍ଚଳର କଳାକାର ମାନେ କେବଳ ଓଡ଼ିଶା ନୁହେଁ ରାଜ୍ୟ ବାହାରେ ମଧ୍ୟ ନିଜର ନାଁ କରି ସାରିଛନ୍ତି ।

ପଦ୍ମପୁର ଲୋକ ମହୋତ୍ସବର ପ୍ରଥମ ଦିନ ସାଂସ୍କୃତିକ ସଂନ୍ଧ୍ୟାରେ ଲୋକ କବି ପଦ୍ମଶ୍ରୀ ହଳଧର ନାଗ, ଲୋଇସିଙ୍ଗା ବିଧାୟକ ମୁକେଶ ମହାଲିଙ୍ଗ ଯୋଗ ଦେଇଥିବା ବେଳେ ଦ୍ୱିତୀୟ ସନ୍ଧ୍ୟାରେ ବରଗଡ ସାଂସଦ ସୁରେଶ ପୁଜାରୀ ଏବଂ ଡି. ଉୁରଲି କ୍ରୀଷ୍ଣା ଯୋଗ ଦେଇଛନ୍ତି । ସମ୍ବଲପୁରୀ କୋଶଲି କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ପଦ୍ମପୁର ଲୋକ ମହୋତ୍ସବର ଏହି ପ୍ରୟାସ ଲୋକ ପ୍ରଶଂସା କରୁଛନ୍ତି ।

କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଖେଳାଳୀ, ଚାଷୀ, ସାହିତ୍ୟକ, କଳାକାରମାନଙ୍କୁ ସମ୍ମାନିତ କରାଯାଇଛି । ତିନି ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ଆଜି ଶେଷ ସନ୍ଧ୍ୟାରେ ଲୋକଙ୍କ ଉତ୍ସାହ ଏବଂ ଗହଳି ଆହୁରି ବଢିବାରେ ଲାଗିଛି ।