ଢିଙ୍କିଆରେ ମେଧା ପାଟକରଙ୍କୁ ବିରୋଧ। କାହିଁକି ଏଠାକୁ ଆସିଛ ବୋଲି ପଚାରିଲେ ପ୍ରଶ୍ନ ଲୋକେ। 

123

କନକ ବ୍ୟୁରୋ: ଢିଙ୍କିଆ ଗାଁକୁ ବାହାରଲୋକଙ୍କୁ ମନା । ଗାଁରେ ପହଞ୍ଚିବା ପରେ ସମାଜସେବୀ ମେଧା ପାଟକରଙ୍କୁ ଗାଁଲୋକଙ୍କ ତୀବ୍ର ବିରୋଧ କରିଛନ୍ତି । ସମାଜସେବୀଙ୍କୁ ଗାଁ ଭିତରେ ପ୍ରବେଶ କରାଇ ଦେଲେନି ଲୋକେ । ଆଉ ସେମାନଙ୍କୁ ଗାଁ ମୁଣ୍ଡରେ ଅଟକାଇଲେ । କାହିଁକି ଢିଙ୍କିଆକୁ ଆସିଛନ୍ତି ବୋଲି ସମାଜସେବୀଙ୍କୁ ଗାଁ ଲେକେ ପ୍ରଶ୍ନ କରିଛନ୍ତି । ଏହାସହ ଗାଁ ଲୋକେ କହିଛନ୍ତି, ଆମ ଭିତରେ ସବୁକିଛି ଠିକ୍ ଅଛି । ଆଉ ଭାଇଚାରା ଭାଙ୍ଗିବାକୁ ପ୍ରୟାସ କରନାହିଁ ବୋଲି ଗାଁ ଲୋକେ ମେଧା ପାଟକରଙ୍କୁ କହିଛନ୍ତି । ଫଳରେ ଢିଙ୍କିଆରେ ମେଧା ପାଟେକରୁଙ୍କୁ ବିରୋଧର ସାମ୍ନାକରିବାକୁ ପଡିଛି । ତାଙ୍କ ସହ ଆସିଥିବା  ଅନ୍ୟ ନେତା ବି  ଗାଁ ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇ ପ୍ରବେଶ ପଥରୁ ଫେରିଯାଇଛନ୍ତି ।

ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପକୁ ନେଇ ଢିଙ୍କିଆରେ ଅନେକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଜାନୁଆରୀ ୧୪ ତାରିଖରେ ଲୋକଙ୍କ ଉପରେ ପୁଲିସ ଲାଠିଚାର୍ଜ ହେବା ପରେ ଅନେକ ନେତା ସ୍ଥିତି ପରିଖିବାକୁ ଏଠାକୁ ଆସୁଛନ୍ତି, ଯାହାକୁ ବିରୋଧ କରୁଛନ୍ତି ସ୍ଥାନୀୟ ଲୋକେ  ।  ମେଧା ପାଟେକର ପ୍ରଥମେ ଜେଲରେ ଥିବା  ପ୍ରକଳ୍ପ ବିରୋଧୀ ନେତାଙ୍କୁ ଭେଟିବା ପରେ ଢିଙ୍କିଆ ଗାଁକୁ ଯିବାକୁ ଉଦ୍ୟମ କରିଥିଲେ । ଆଉ ଏଠାରେ ସେ  ଗାଁ ଲୋକଙ୍କ ବିରୋଧରେ ସମ୍ମୁଖୀନ ହୋଇଥିଲେ ।

ଢିଙ୍କିଆରେ  ଜିନ୍ଦଲ ତିଆରି କରୁଛି ଷ୍ଟିଲ ପ୍ଲାଣ୍ଟ । ଏଥିପାଇଁ ପରିବେଶ ମଞ୍ଜୁରୀ ବି ମିଳିଛି । ଏହି ପ୍ରକଳ୍ପ ଦ୍ୱାରା ଯାହାର ପାନବରଜ ଭାଙ୍ଗିଛି ଓ ଅନ୍ୟ କ୍ଷତି ହୋଇଛି, ସେମାନଙ୍କୁ କ୍ଷତିପୂରଣ ଦେଇଛନ୍ତି ସରକାର । ପ୍ରକଳ୍ପକୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ଏବେ ଜେଲରେ ଅଛନ୍ତି ।  ଏହି ସମୟରେ ବାହାର ସ୍ଥାନରୁ ନେତା ଆସିଲେ  ସ୍ଥାନୀୟ ଲୋକେ ଏହାକୁ ନେତାଙ୍କୁ ବିରୋଧ କରୁଛନ୍ତି ।