ଗୁଣିଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ଝରିଗାଁ ଅଞ୍ଚଳରେ ଚାଞ୍ଚଲ୍ୟ । ୪ ଦିନପରେ ମାଟି ତଳୁ ମିଳିଲା ମୃତଦେହ ।

39

କନକ ବ୍ୟୁରୋ: ଗୁଣିଗାରେଡି ସନ୍ଦେହରେ ଜଣେ ୫୦ ବର୍ଷୀୟ ବୃଦ୍ଧାଙ୍କୁ ହତ୍ୟା କରି ମାଟିତଳେ ପୋତିଦେଇଥିବା ଅଭିଯୋଗ । ଏପରି ଅଭାବନୀୟ ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବେଲଗାଁରେ ।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ କେନ୍ଦୁଗୁଡା ଗ୍ରାମର ୫୦ ବର୍ଷୀୟ ରଇବାରୀ ସାନ୍ତାଙ୍କୁ ଗ୍ରାମର କିଛି ଲୋକେ ଗତ ୭ ତାରିଖ ଦିନ ଘରୁ ଡାକି ନେଇ ମାଡ ମାରିଥିଲେ, ଏହାସହ ତାଙ୍କୁ ସେଠାରୁ କେଉଁଆଡ଼କୁ ନେଇଯାଇଥିଲେ । ଏହାକୁ ନେଇ ତାଙ୍କ ପରିବାର ପକ୍ଷରୁ ଝରିଗାଁ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ କେନ୍ଦୁଗୁଡା ଗ୍ରାମର ଦୁଇ ଜଣ ଅଭିଯୁକ୍ତ ଝରିଗାଁ ପୋଲିସ ପାଖରେ ଆତ୍ମସମର୍ପଣ କରିଥିଲେ, ଆଉ ହତ୍ୟାକାଣ୍ଡର ଗୁମର ଫିଟିଥିଲା । ରାଇବରୀଙ୍କୁ ହତ୍ୟାକରି ପୋତି ଦେଇଥିବା ଏମାନେ ପୋଲିସ୍ ପାଖରେ ମାନିଥିଲେ । ଏହି ତଥ୍ୟ ଅନୁସାରେ ପୋଲିସ ଘଟଣା ସ୍ଥଳରେ ପହଂଚି ସାଇଣ୍ଟିଫିକ ଟିମ୍ ଓ ତହସିଲଦାରଙ୍କ ଉପସ୍ଥିତିରେ ପୋତାଯାଇଥିବା ଶବ ଉଦ୍ଧାର କରିଛି ।