ଆଜି ଓଡ଼ିଶା ପହଞ୍ଚିବ ଓମିସିୟୋର କିଟ୍ : ବିନା ଜିନୋମ ସିକ୍ୟୁଏନ୍ସିଂରେ ଅଳ୍ପ ସମୟ ମଧ୍ୟରେ ଜଣାପଡିବ ଓମିକ୍ରନ ପ୍ରଜାତି

ପ୍ରଥମ ରାଜ୍ୟ ଭାବେ ଟାଟା ମେଡିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ୍ସକୁ ୫ ଲକ୍ଷ ଓମିସିୟୋର ପାଇଁ ଅର୍ଡର ଦେଇଛି ଓଡ଼ିଶା

64

କନକ ବ୍ୟୁରୋ : ଆଜି ଓଡିଶା ପହଞ୍ଚିବ ଓମିସିୟୋର କିଟ୍ । ଏହି କିଟ୍ ଦ୍ୱାରା ଶୀଘ୍ର ଓମିକ୍ରନ ପ୍ରଜାତି ଚିହ୍ନଟ ହୋଇପାରିବ । ରାଜ୍ୟରେ ଜିନୋମ ସିକ୍ୟୁଏନ୍ସିଂ ଅଧିକ ସଂଖ୍ୟକ ହୋଇପାରୁନଥିବାରୁ ଓମିସିୟୋର କିଟ୍ ନୂଆ ପ୍ରଜାତି ଚିହ୍ନଟ କରିବାରେ ବିଶେଷ ଭାବରେ ସହାୟକ ହେବ । ଓମିସିୟୋର ହେଉଛି ଭାରତରେ ତିଆରି ହୋଇଥିବା ପ୍ରଥମ ଟେଷ୍ଟିଂ କିଟ୍ । ଟାଟା ମେଡିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ୍ ଏହି କିଟକୁ ତିଆରି କରିଛି । ଓଡିଶା ପ୍ରଥମ ରାଜ୍ୟଭାବେ ୫ ଲକ୍ଷ କିଟ୍ ଆଣିବା ପାଇଁ ଅର୍ଡର ଦେଇଛି ।

ତୃତୀୟ ଲହରରେ ଡେଲଟା ଭୂତାଣୁୁକୁ ଓମିକ୍ରନ ପଛରେ ପକାଇଥିବା ନେଇ ବିଶେଷଜ୍ଞ ମାନେ କହୁଥିବା ବେଳେ ଓମିସିୟୋର ଟେଷ୍ଟ କିଟ୍ ଏହାକୁ ସ୍ପଷ୍ଟ କରିବ ବୋଲି ଆଶା କରାଯାଉଛି । ଆଇଏଲଏସ ପକ୍ଷରୁ କୁହାଯାଇଛି ଯେତିକି ସଂଖ୍ୟାରେ ନମୁନାର ଜିନୋମ ସିକ୍ୟୁଏନ୍ସିଂ ହେଉଛି ସେଥିମଧ୍ୟରୁ ବହୁ ସଂଖ୍ୟାର ଓମିକ୍ରନ ପ୍ରଜାତି ଚିହ୍ନଟ ହେଉଛନ୍ତି । ତେବେ ଏପର୍ଯ୍ୟନ୍ତ ଓଡିଶାରେ ମାତ୍ର ୨୦୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅର୍ଥାତ ରାଜ୍ୟରେ ଜିନୋମ ସିକ୍ୟୁଏନ୍ସିଂର ପରିମାଣ ବହୁତ କମ୍ ରହିଛି । ତେଣୁ ଓମିସିୟୋର ଆସିବା ପରେ ଏହି ସମସ୍ୟା ଦୂର ହେବ ବୋଲି କୁହାଯାଉଛି ।

ଓମିସିୟୋର କିଟ୍ କ’ଣ ?

-କିଟ ଦ୍ୱାରା ଓମିକ୍ରନ ପ୍ରଜାତି ଶୀଘ୍ର ଚିହ୍ନଟ ହୋଇପାରିବ
-ବିନା ଜିନମ ସ୍ୱିକ୍ୱେସିଂରେ ଚିହ୍ନଟ ହୋଇପାରିବ ଓମିକ୍ରନ
-ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ମଗାଇଛି ୫ ଲକ୍ଷ କିଟ୍
-ଦେଶର ପ୍ରଥମ ସ୍ୱଦେଶୀ ପରୀକ୍ଷା କିଟ୍ ହେଉଛି ଓମିସେୟାର
-ଟାଟା ମେଡିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ ତିଆରି କରିଛି କିଟ୍