ଆସନ୍ତାକାଲି ଦୁବାଇରେ ଆୟୋଜିତ ହେବ ଓଡିଶା ଇନଭେଷ୍ଟର୍ସ ମିଟ୍ । ନିବେଶକମାନଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ

141

କନକ ବ୍ୟୁରୋ : ଆସନ୍ତାକାଲି ଦୁବାଇରେ ଆୟୋଜିତ ହେବ ଓଡିଶା ଇନଭେଷ୍ଟର୍ସ ମିଟ୍ । ଓଡିଶା ସରକାର ଓ ଫିକିର ମିଳିତ ସହଯୋଗରେ ଓଡିଶା ନିବେଶକ ସମ୍ମେଳନ ହେବ । ନିବେଶକ ସମ୍ମେଳନ ପାଇଁ ଦୁବାଇରେ ନବୀନ ପଟ୍ଟନାୟକ ପହଞ୍ଚିଛନ୍ତି । ଓଡିଶାରୁ ଏକ ଉଚ୍ଚସ୍ତରୀୟ ଟିମ୍ ମଧ୍ୟ ଦୁବାଇରେ ପହଞ୍ଚିଛନ୍ତି । ଯେଉଁଥିରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମା, ୫ଟି ସଚିବ ଭି.କେ. ପାଣ୍ଡିଆନ ପ୍ରମୁଖ ସାମିଲ ହୋଇଛନ୍ତି ।

ବିଦେଶୀ ନିବେଶକ ଓଡିଶାରେ ପୁଞ୍ଜିନିବେଶ କରିବା ସମ୍ମେଳନର ମୁଖ୍ୟ ଲକ୍ଷ୍ୟ ରହିଛି । ପେଟ୍ରୋକେମିକାଲ୍ସ, ପ୍ଲାଷ୍ଟିକ, ଖାଦ୍ୟ ପ୍ରକ୍ରିୟାକରଣ, ଟେକ୍ସଟାଇଲ, ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶ ଉପରେ ମୁଖ୍ୟତଃ ଫୋକସ୍ ରହିବ । ନବୀନ ଶିଳ୍ପସ୍ଥାପନ ପାଇଁ ଓଡିଶା ଏକ ପ୍ରଯୁଯ୍ୟ ସ୍ଥାନ ବୋଲି ସମ୍ବୋଧନ କରିବେ । ପୁଞ୍ଜିନିବେଶ ପାଇଁ ଥିବା ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା, ଜମି ଯୋଗାଣରେ ସୁବିଧା ସମ୍ପର୍କରେ ମତ ରଖିବେ । ରାଜ୍ୟର ପ୍ରମୁଖ ଶିଳ୍ପସଂସ୍ଥାର ପ୍ରତିନିଧି ନିବେଶ ସମ୍ମେଳନରେ ସାମିଲ ହେବା ସୂଚନା ରହିଛି ।  ନିବେଶ ସମ୍ମେଳନ ପରେ ମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ ପ୍ରବାସୀ ଓଡିଆ ସମ୍ମିଳନୀରେ ଯୋଗଦେବେ ।

ଆବୁଧାବିରେ ମସଜିଦ ବୁଲିଲେ ନବୀନ : –

– ଭାଟିକାନ ପରେ ଦୁବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ
– ପ୍ରଥମ ଦିନରେ ଆବୁଧାବିର ସେଖ୍ ଜାୟେଦ ମସଜିଦ ବୁଲିଲେ ନବୀନ
– ଟ୍ୱିଟ୍ କରି ମସଜିଦର କାରୁକାର୍ଯ୍ୟ ଓ ସ୍ଥାପତ୍ୟକୁ କଲେ ପ୍ରଶଂସା
– ମସଜିଦରେ ବ୍ୟବହୃତ ମାର୍ବଲ ଭାରତର ରାଜସ୍ଥାନରୁ ଆସିଥିବା ନବୀନଙ୍କ ଟ୍ୱିଟ୍
– ମସଜିଦ ନିର୍ମାଣରେ ରାଜସ୍ଥାନ ମାର୍କଣା ଗାଁର କାରିଗରଙ୍କର ରହିଛି ଅବଦାନ
– ଭାରତର ସ୍ପର୍ଶ ସବୁଠି ଥିବା ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍
– ନୀଳ କୁର୍ତା ପିନ୍ଧି ନବୀନଙ୍କ ସମଜିଦ ବୁଲାକୁ ନେଇ ଚର୍ଚ୍ଚା
– ସବୁବେଳେ ଧଳା କୁର୍ତା ପିନ୍ଧୁଥିବା ବେଳେ ନୀଳ କୁର୍ତ୍ତା ପିନ୍ଧିଲେ ମୁଖ୍ୟମନ୍ତ୍ରୀ
– ପ୍ରଥମେ ଖ୍ରୀଷ୍ଟ ଧର୍ମସ୍ଥଳୀ ଓ ପରେ ମୁସଲମାନ ଧର୍ମସ୍ଥଳୀ ବୁଲିଲେ ନବୀନ
– ମୁଖ୍ୟମନ୍ତ୍ରୀଙ୍କ ଧର୍ମନିରପେକ୍ଷତାର ବଡ ବର୍ତ୍ତା ଦେଲା ଭାଟିକାନ ଓ ଆବୁଧାବି ଗସ୍ତ

ଭାଟିକାନରେ ପୋପଙ୍କ ସହ ଭେଟ : – 
– ୨୨ଜୁନ୍ ୨୦୨୨ରେ ଖ୍ରୀଷ୍ଟଧର୍ମଗୁରୁ ପୋପଙ୍କୁ ଭାଟିକାନ୍ ସିଟିରେ ଭେଟିଥିଲେ ନବୀନ
– ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପଙ୍କୁ ସାକ୍ଷାତ କରିଥିଲେ ନବୀନ ପଟ୍ଟନାୟକ
– ଖ୍ରୀଷ୍ଟଧର୍ମର ସର୍ବମାନ୍ୟ ଗୁରୁ ହେଉଛନ୍ତି ପୋପ୍ ଫ୍ରାନସିସ୍
– ଭାଟିକାନରେ ମୁଖ୍ୟମନ୍ତ୍ରୀ ଓ ପୋପଙ୍କ ମଧ୍ୟରେ ୧୫ମିନିଟ୍ର ଆଲୋଚନା ହୋଇଥିଲା
– ସାକ୍ଷାତ ସମୟରେ ଓଡିଶାର ପଟ୍ଟଚିତ୍ର ପୋପଙ୍କୁ ଉପହାର ସ୍ୱରୂପ ଦେଇଥିଲେ ମୁଖ୍ୟମନ୍ତ୍ରୀ
– ପୋପଙ୍କୁ ନବୀନ ଭେଟିବା ପରେ ଜାତୀୟ ରାଜନୀତିରେ ତାଙ୍କ ପତିଆରା ବୃଦ୍ଧି କଥା ଚର୍ଚ୍ଚା
– ଭାଟିକାନରେ ପୋପଙ୍କୁ ଭେଟିବା ତାଙ୍କ ଧର୍ମନିରପେକ୍ଷତାର ଇଙ୍ଗ ପରିଚୟ
– କନ୍ଧମାଳ ଦଙ୍ଗା ପରେ ମୁଖ୍ୟମନ୍ତ୍ରୀ କହିଥିଲେ, ଶରୀରର ପ୍ରତ୍ୟେକଟି ହାଡ ଧର୍ମନିରପେକ୍ଷ