ଫେକ୍ ଆକାଉଣ୍ଟ ଖୋଲିବା ଦଣ୍ଡନୀୟ ଅପରାଧ, ଏନେଇ ଟ୍ୱିଟ କରି ସତର୍କ କରାଇଲା ଓଡ଼ିଶା ପୋଲିସ

169

କନକ ବ୍ୟୁରୋ: ମିଛ ଆକାଉଂଟ ଖୋଲିବା ଏକ ସାଇବର ଅପରାଧ । ଏନେଇ ଟ୍ୱିଟ ମାଧ୍ୟମରେ ନାଗରିକଙ୍କୁ ସତର୍କ କରିଛି ଓଡ଼ିଶା ପୋଲିସ । ଅନ୍ୟ ଜଣଙ୍କ ନାଁରେ ନକଲି ଆକାଉଂଟ ଖୋଲିବା ଏକ ଦଣ୍ଡନୀୟ ଅପରାଧ । ଟ୍ୱିଟର, ଫେସବୁକ୍, ଇଂଷ୍ଟାଗ୍ରାମ ଭଳି ସାମାଜିକ ଗଣମାଧ୍ୟମରେ ଏଭଳି କରିବା ଦଣ୍ଡନୀୟ ଅପରାଧ ଓ ସାଇବର ଅପରାଧରେ ଅନ୍ତର୍ଭୁକ୍ତ ।

ଏଭଳି ସାଇବର କ୍ରାଇମ୍ ବିରୋଧରେ ନିକଟସ୍ଥ ପୋଳିସ ଷ୍ଟେସନରେ ଅଭିଯୋଗ କରିହେବ କିମ୍ବା ଅନଲାଇରେ ଅଭିଯୋଗ କରିବା ନେଇ ଓଡ଼ିଶା ପୋଲିସ ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି ।