କେସିଆରଙ୍କ ଫୋକସରେ ଓଡ଼ିଶା, କେସିଆରଙ୍କ ଲିଙ୍କରେ ହେବିୱେଟ୍ ନେତା: ଶିଶିର ଗମାଙ୍ଗ

231

କନକ ବ୍ୟୁରୋ: ଓଡିଶା ଉପରେ କେସିଆରଙ୍କ ଫୋକସ୍ । ଆଗାମୀ ନିର୍ବାଚନ ପାଇଁ ବଡ ପ୍ଲାନ ନେଇ ଓଡିଶା ଆସୁଛି ଭାରତ ରାଷ୍ଟ୍ରୀୟ ସମିତି । ଦକ୍ଷିଣ ଓଡିଶାର ତୁଙ୍ଗ ନେତାଙ୍କୁ ଡାକି ପର୍ଯ୍ୟାୟକ୍ରମେ ଆଲୋଚନା କରୁଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର । ଆଗାମୀ ନିର୍ବାଚନରେ ୧୪୭ ବିଧାନସଭା ସିଟ୍ ଓ ୨୧ଟି ସଂସଦୀୟ କ୍ଷେତ୍ରରେ ଲଢିବା ନେଇ ଯୋଜନା କରୁଛି ବିଆରଏସ । ଏନେଇ କନକ ନ୍ୟୁଜକୁ ଏକ୍ସକ୍ଲ୍ୟୁସିଭ୍ ସାକ୍ଷାତକାର ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପୁଅ ଶିଶିର ଗମାଙ୍ଗ । କହିଛନ୍ତି, କେସିଆରରେ ସାମିଲ ହେବା ପାଇଁ ଅଫର ରହିଛି । ଓଡିଶାର ଅନେକ ହେବିୱେଟ୍ ନେତା କେସିଆର ଲିଙ୍କରେ ରହିଛନ୍ତି ।