ହକି ହାର୍ଟରେ ଓଡ଼ିଶା ! ଦଳର ଜର୍ସିରେ ରହିବ ରାଜ୍ୟର ନାମ, ସାରା ବିଶ୍ୱ ଦେଖିବ ଓଡ଼ିଶାର କଳା ଓ ସଂସ୍କୃତିର ଝଲକ

52

କନକ ବ୍ୟୁରୋ : ହକି ବିଶ୍ୱ କପ୍ ପାଇଁ ବାଜିଲା ବିଗୁଲ । ଦିଲ୍ଲୀରେ ଓଡିଶା ସରକାର ଓ ହକି ଇଣ୍ଡିଆ ସହଭାଗିତାରେ ସ୍ୱତନ୍ତ୍ର ଆୟୋଜନରେ ହକି ବିଶ୍ୱ କପ୍ ପାଇଁ ବିଗୁଲ ବାଜିଛି । ଏହି ଅବସରରେ ହକି ଟିମ୍ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚନ କରିଛନ୍ତି ନବୀନ । ଏହା ସହିତ ଆସନ୍ତା ୫ ବର୍ଷ ପାଇଁ ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ହେବା ନେଇ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ନଭେମ୍ବର ୨୮ରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ବିଶ୍ୱ ହକି ମହାସମର ।

hockeyଦିଲ୍ଲୀରେ ହକି ବିଶ୍ୱକପର ଲୋଗୋ ଏବଂ ଜର୍ସି ଉନ୍ମୋଚନ ହେବା ସହ ଭାରତୀୟ ହକି ଇତିିହାସରେ ଯୋଡ଼ି ହୋଇଛି ଆଉ ସୁନେଲି ଅଧ୍ୟାୟ । କୌଣସି ରାଜ୍ୟ ଭାବରେ ଓଡ଼ିଶା ପ୍ରଥମ ଥର ପାଇଁ ଭାରତୀୟ ହକି ଦଳର ପ୍ରଯୋଜକ ହେବାକୁ ଯାଉଛି । ଯେଉଁ ରାଇଟ୍ସ ସାହରା ଭଳି ବଡ ବଡ କଂପାନୀ ପାଇ ଆସୁଥିଲେ, ସେହି ଅଧିକାର ଏଥର ଓଡ଼ିଶାକୁ ମିଳିବ ।ଆସନ୍ତା ପାଂଚ ବର୍ଷ ପାଇଁ ହକି ଦଳର ପ୍ରାୟୋଜକ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଏବେ ଦେଶ ବିଦେଶରେ ଝଲିସିବ ଓଡ଼ିଶାର ସଂସ୍କୃତି ଓ ଝଲକ ।

ହକି ବିଶ୍ୱକପ୍ ପୂର୍ବରୁ ଆଜି ଉନ୍ମେଚିତ ହୋଇଥିବା ଲୋଗୋ ଓ ଜର୍ସିରେ ସ୍ଥାନ ପାଇଛି ଓଡ଼ିଶା କଳା ଓ କ୍ରୀଡ଼ା ସଂସ୍କୃତିର ଝଲକ । ଲୋଗୋରେ କୋଣାର୍କ ଚକ ସ୍ଥାନ ପାଇଥିବା ବେଳେ ବିଶାଳ ବେଳାଭୂମୀ, ଅଲିଭ ରିଡଲେ କଇଁଛ, ହକି ଏବଂ ଓଡ଼ିଶୀ ଡ୍ୟାନ୍ସର ଛାପ ଦେଖିବାକୁ ମିଳିଛି ।ପୂର୍ବରୁ ଚାମ୍ପିୟନ୍ସ ଲିଗ୍ ଏବଂ ହକି ୱାର୍ଲ୍ଡ ଲିଗ୍ ଭଳି ବଡ ବଡ ଇଭେଂଟ୍ ଆୟୋଜନ କରିଥିବା କଳିଙ୍ଗ ଷ୍ଟାଡିୟରେ ଏଥର ଆୟୋଜନ କରିବାକୁ ଯାଉଛି ହକି ବିଶ୍ୱକପ୍ ।

ଚାମ୍ପିୟନ୍ସ ଟ୍ରଫିରେ କଳିଙ୍ଗ ଷ୍ଟାଡିୟମରେ ବଡ ଧରଣର ବୋବାଲ୍ କରିଥିବା ପାକିସ୍ତାନ ଦଳକୁ ପୁଣି ଭୁବନେଶ୍ୱରରେ ଦେଖିବାକୁ ମିଳିବ । ହକି ବିଶ୍ୱକପ୍ ପାଇଁ ପାକିସ୍ତାନ ଯୋଗ୍ୟତା ଅର୍ଜନ କରିଥିବାବେଳେ ଭାରତ ଆସିବା ନେଇ ମଧ୍ୟ ଗ୍ରୀନ୍ ସିଗ୍ନାଲ ମିଳିଛି । ଆଉ ଏସବୁ ଭିତରେ ସମସ୍ତଙ୍କର ଅପେକ୍ଷା ନଭେମ୍ବର ୨୮ ତାରିଖକୁ । ଯେତେବେଳେ କଳିଙ୍ଗ ଷ୍ଟାଡିୟମ୍ ଆରମ୍ଭ ହେବ ହକିର ମହାସମର ।