ଯୁବ ବିଜେଡି ନେତାଙ୍କୁ ଗୁଳିମାଡ : ପ୍ରଥମେ କାମାକ୍ଷାନଗର, ପରେ କଟକ ମେଡିକାଲ ସ୍ଥାନାନ୍ତର

324

କନକ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସିର ଯୁବ ବିଜେଡି ନେତା କାହ୍ନୁ ସାହୁଙ୍କୁ ଗୁଳିମାଡ଼ । ଗତକାଲି ରାତି ପ୍ରାୟ ୧୧ଟା ବେଳେ ଗୁଳିମାଡ଼ ହୋଇଛି । ନିଜ ଘରକୁ ସେ ତାଙ୍କ କାରରେ ଫେରୁଥିବା ବେଳେ ତାଙ୍କୁ କେହି ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି । ତାଙ୍କ ହାତ ଓ ଜଂଘରେ ଗୁଳି ବାଜିଛି ।

ପ୍ରଥମେ କାମାକ୍ଷାନଗର ଓ ପରେ କଟକ ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ହେଲେ ଏହି ଆକ୍ରମଣ ପଛର କାରଣ କ’ଣ ଜଣାପଡ଼ି ନାହିଁ । ପୂର୍ବରୁ କାମାକ୍ଷାନଗର ଘର ଆଗରେ ତାଙ୍କ କାର ଉପରେ ବୋମାମାଡ଼ ହୋଇଥିଲା । ଏହାସହ ଢେଙ୍କାନାଳ ପୂର୍ତ ବିଭାଗ କାର୍ଯ୍ୟାଳୟ ନିକଟରେ ତାଙ୍କୁ ଆକ୍ରମଣ କରି କାର ଲୁଟ କରିଥିଲେ ଦୁର୍ବୃତ୍ତ ।