ଓଡ଼ିଶା ପର୍ବ ଅବସରରେ ଓଡ଼ିଆ ସମାଜ ପକ୍ଷରୁ ରଚନା ପ୍ରତିଯୋଗିତା । ବିଜେତାଙ୍କୁ ଦିଲ୍ଲୀ ଭ୍ରମଣର ମିଳିବ ସୁଯୋଗ ।

143

କନକ ବ୍ୟୁରୋ : ଅଣଲାଭକାରୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଆ ସମାଜ ନୂଆଦିଲ୍ଲୀ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି “ଓଡ଼ିଶା ପର୍ବ-୨୦୨୩’ । ଏହି ଅବସରରେ ଓଡ଼ିଆ ସମାଜ ପ୍ରଥମ ଥର ପାଇଁ ରଚନା ପ୍ରତିଯୋଗିତା ମାଧ୍ୟମରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ଏହାର ସଦସ୍ୟ ହେବାର ସୁଯୋଗ ପ୍ରଦାନ କରୁଛନ୍ତି । ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ୧୪ରୁ ୧୯ ବର୍ଷ ବୟସ ବର୍ଗରେ “୨୦୩୬ର ମୋ ଓଡ଼ିଶା’ ଏବଂ ୨୦ରୁ ୨୫ ବର୍ଷ ବୟସ ବର୍ଗରେ “ପୂର୍ବୋଦୟ ଓ ୨୦୪୭ରେ ଭାରତ ବର୍ଷ’ ବିଷୟବସ୍ତୁକୁ ନେଇ ଏହି ରଚନା ପ୍ରତିଯୋଗିତା ଆୟୋଜନ କରାଯାଉଛି । ୨୦ ମାର୍ଚ୍ଚ ମଧ୍ୟରେ ଆପଣ ଗୋଟିଏ ରଚନା ଲେଖି odiasamaj.org/registration-odisha-parba ରେ ଅପଲୋଡ୍ କରିପାରିବେ । ରଚନାଗୁଡ଼ିକ ବିଶିଷ୍ଟ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ସମୀକ୍ଷା କରାଯିବ । ବିଜେତା ଛାତ୍ରଛାତ୍ରୀ ଆକର୍ଷଣୀୟ ପୁରସ୍କାର ସହ ଦିଲ୍ଲୀ ଭ୍ରମଣର ସୁଯୋଗ ପାଇପାରିବେ । ଏଥିସହ ମାର୍ଚ୍ଚ ୨୪ରୁ ୨୬ ତାରିଖ ମଧ୍ୟରେ ନୂଆଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମରେ ଅନୁଷ୍ଠିତ “ଓଡ଼ିଶା ପର୍ବ’ରେ ସାମିଲ ହୋଇପାରିବେ ।