ଭଜନ ସମାରୋହରେ ନୋଟ୍ ବର୍ଷା : କିର୍ତୀଦାନ ଗଢବୀଙ୍କ ଗୀତରେ ବିଭୋରେ ହେଲେ ଶ୍ରୋତା; ଖୁସି ହୋଇ ଦର୍ଶକ ଉଡାଇଲେ ବିଡା ବିଡା ଟଙ୍କା

166

କନକ ବ୍ୟୁରୋ : କୌଣସି ଆଧୁନିକ ମ୍ୟୁଜିକ୍ କନସର୍ଟ ନୁହେଁ ବରଂ ଭଜନ ସମାରୋହରେ ନୋଟ୍ ବର୍ଷା । ଗୁଜରାଟୀ ସିଙ୍ଗର କିର୍ତୀଦାନ ଗଢବୀଙ୍କ ଗୀତରେ ବିଭୋରେ ହେଲେ ଶ୍ରୋତା । ଆଉ ଖୁସି ହୋଇ ଦର୍ଶକ ଉଡାଇଲେ ବିଡା ବିଡା ଟଙ୍କା । ଏହି କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଭିଡିଓଟି ମାର୍ଚ୍ଚ ୧୧ ବୋଲି ଜଣାପଡିଛି । ଭାଲସାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଲୋକମାନେ ଗାୟକ କିର୍ତୀଦାନ ଗଡଭୀ ଏବଂ ଉର୍ବଶୀ ରାଡିଆଙ୍କ ଗୀତରେ ବିଭୋର ହୋଇ ଏପରି ଟଙ୍କା ବର୍ଷା କରିଛନ୍ତି । ଏହାପୂର୍ବରୁ ପ୍ରସିଦ୍ଧ ଗୁଜୁରାଟୀ କଳାକାରମାନଙ୍କ ଭଜନ କାର୍ଯ୍ୟକ୍ରମରେ କୋଟି କୋଟି ଟଙ୍କା ବର୍ଷା ହୋଇଛି ।