ପ୍ରକାଶ ପାଇଲା ଓଏଏସ୍ ପରୀକ୍ଷା ଫଳ: ୪୩୨ ପରୀକ୍ଷାର୍ଥୀ କୃତକାର୍ଯ୍ୟ, ସୁଦେବ କୁମାର ପୃଷ୍ଟି ଓସିଏସ୍ ଟପ୍ପର

4,998

କନକ ବ୍ୟୁରୋ: ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ୍-୨୦୨୧-୨୨ର ପରୀକ୍ଷା ଫଳ । ମୋଟ ୪୩୨ଜଣ ପରୀକ୍ଷାର୍ଥୀ ଏଥର କୃତକାର୍ଯ୍ୟ ହୋଇଛନ୍ତି । ଚଳିତ ବର୍ଷ ପ୍ରଥମ ସ୍ଥାନରେ ରହିଛନ୍ତି ସୁଦେବ କୁମାର ପୃଷ୍ଟି । ସେହିପରି ସୁଚିସ୍ମିତା ପାଣିଗ୍ରାହୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଶ୍ରେଷ୍ଠ ୧୦ଜଣଙ୍କ ଭିତରେ ୫ ଜଣ ପୁଅ ରହିଥିବାବେଳେ ୫ ଜଣ ଝିଅ ରହିଛନ୍ତି । ଓଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ନିଜ ସଫଳତାର ମନ୍ତ୍ର ବଖାଣିଛନ୍ତି ପରୀକ୍ଷାର୍ଥୀ ।

ଓଡ଼ିଶା ସିଭିଲ୍ ସର୍ଭିସ – ୨୦୨୧-୨୨ ପରୀକ୍ଷା ଫଳ ପ୍ରକାଶ ପାଇଛି । ମୋଟ ୪୩୨ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ୧୬୪ ଜଣ ଝିଅ ସଫଳତା ପାଇଛନ୍ତି ।

ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି
ସୁଦେବ କୁମାର ପୃଷ୍ଟି
ଦ୍ୱିତୀୟରେ ସୁଚିସ୍ମିତା ପାଣିଗ୍ରାହୀ
ତୃତୀୟରେ ପ୍ରଣବ ରଂଜନ ସାହୁ
ଚତୁର୍ଥରେ ବୈଶାଖୀ ଲେଙ୍କା ଥିବା ବେଳେ
ପଞ୍ଚମରେ ଶ୍ୱେତଲୀନା ମାହାନା ରହିଛନ୍ତି

ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୫ ଜଣ ପୁଅ ଓ ୫ ଜଣ ଝିଅ ରହିଛନ୍ତି ।
କେମିତି ପାଇଲେ ସଫଳତା?
କ’ଣ କହୁଛନ୍ତି ଟପ୍ପର?

ଏକନିଷ୍ଠ ସାଧନା, କଠୋର ଅଧ୍ୟବସାୟ, ଶୃଙ୍ଖଳିତ ପ୍ରସ୍ତୁତି ଯୋଗୁଁ ସଫଳତା ପାଇଥିବା କହିଛନ୍ତି ଟପ୍ପର । ଦୃଢ଼ ଇଚ୍ଛାଶକ୍ତି ଓ ଲକ୍ଷ୍ୟ ସ୍ଥିର କରି ଆଗକୁ ବଢ଼ିଲେ ସଫଳତା ଆପଣା ଛାଏଁ ମିଳିବ । କିପରି ପ୍ରସ୍ତୁତି କଲେ ପରୀକ୍ଷାରେ କୃତକାର୍ଯ୍ୟ ହେବେ, ଏ ନେଇ ଟିପ୍ସ ଦେଇଛନ୍ତି ଟପ୍ପର । ଓଏଏସ୍ ଲିଖିତ ପରୀକ୍ଷା ୨୧ ଫେବ୍ରୁଆରୀରୁ ୧୮ ମାର୍ଚ୍ଚ ପର୍ଯ୍ୟନ୍ତ ହୋଇଥିଲା । ଜୁଲାଇ ୧୫ରୁ ୨୫ ତାରିଖ ମଧ୍ୟରେ ହୋଇଥିଲା ପର୍ସନାଲିଟି ଟେଷ୍ଟ ଓ ମୌଖିକ ପରୀକ୍ଷା ।