ବଢ଼ିପାରେ ଯୁକ୍ତ ଦୁଇ ସିଟ୍ ସଂଖ୍ୟା: ଜିଲ୍ଲାର ଆବଶ୍ୟକତା ଦେଖି ସିଟ୍ ବଢ଼ାଯିବ ବୋଲି କହିଲେ ଗଣଶିକ୍ଷାମନ୍ତ୍ରୀ ପ୍ରମିଳା ମଲ୍ଲିକ

186

କନକ ବ୍ୟୁରୋ: ବଢ଼ିପାରେ ଯୁକ୍ତ ଦୁଇ ସିଟ୍ ସଂଖ୍ୟା । ଆବଶ୍ୟକ ସ୍ଥଳରେ ଯୁକ୍ତ ଦୁଇ କଲେଜ ଗୁଡିକରେ ସିଟ୍ ବଢ଼ାଯିବ । ଜିଲ୍ଲାର ଆବଶ୍ୟକତା ଦେଖି ସିଟ୍ ବଢ଼ାଯିବ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ପ୍ରମିଳା ମଲ୍ଲିକ । କହିଛନ୍ତି, ପିଲାମାନଙ୍କୁ କିଛି ଅସୁବିଧା ନହେଲା ଭଳି ସମସ୍ତ ପ୍ରକାର ପଦକ୍ଷେପ ସରକାର ଗ୍ରହଣ କରିବେ । ତେବେ ଯୁକ୍ତ ଦୁଇ ପ୍ରଥମ ବର୍ଷ ସିଟ୍ ବୃଦ୍ଧି ନେଇ ସୋମବାର ବିଭାଗୀୟ ବୈଠକ ବସିବ । ତଥ୍ୟ ଅନୁସାରେ ଚଳିତ ବର୍ଷ ରାଜ୍ୟର ୫ଲକ୍ଷ ୧୨ ହଜାର ପିଲା ମାଟ୍ରିକ ପାସ୍ କରିଛନ୍ତି । କିନ୍ତୁ ଯୁକ୍ତ କଲେଜରେ ପ୍ରଥମ ବର୍ଷ ପାଇଁ ଅଛି ୫ଲକ୍ଷ ୯ହଜାର ସିଟ୍ । ତେଣୁ ଆବଶ୍ୟକତା ଦୃଷ୍ଟିରୁ ସିଟ୍ ବଢ଼ାଇ ପାରନ୍ତି ରାଜ୍ୟ ସରକାର ।