ଡେଟିଂ ଆପରେ ଯୁବତୀଙ୍କ ସାଂଘାତିକ ଧମକ! ଦିଲ୍ଲୀରେ ହେବ ନ୍ୟୁକ୍ଲିୟର ଆଟାକ୍, ଉଡାଇ ଦିଆଯିବ ରାଷ୍ଟ୍ରପତି ଭବନ

347

ଡେଟିଂ ଆପରେ ସାଂଘାତିକ ଧମକ । ଦିଲ୍ଲୀରେ ହେବ ନ୍ୟୁକ୍ଲିୟର ବିସ୍ଫୋରଣ, ଧ୍ୱଂସ ହେବ ରାଷ୍ଟ୍ରପତି ଭବନ । ଡେଟିଂ ଆପ ଟିଣ୍ଡରରେ ଜଣେ ଯୁବକଙ୍କୁ ଏଭଳି ଧମକ ଦେଇଛନ୍ତି ଯୁବତୀ । ଡେଟିଂ ଆପ୍ ଟିଣ୍ଡରରେ ଯୁବକ ଜଣକ ଚାଟିଂ କରୁଥିବା ବେଳେ କୌଣସି କାରଣରୁ ଯୁକ୍ତିତର୍କ ହେବାରୁ ଯୁବତୀ ଜଣକ ଧମକ ଦେବା ସହ କହିଥିଲେ, ତୁ ଜାଣିନାହୁଁ ମୁୁଁ କିଏ । ଯେତେବେଳେ ଦିଲ୍ଲୀରେ ନ୍ୟୁକ୍ଲିୟର ଆଟାକ୍ ହେବ ଓ ବିସ୍ଫୋରଣରେ ରାଷ୍ଟ୍ରପତି ଭବନକୁ ଉଡାଇ ଦିଆଯିବ । ସେତେବେଳେ ଜାଣିବ ମୁଁ କିଏ ।

ଦିଲ୍ଲୀର ଯୁବକ ଟିଣ୍ଡରରେ ସବୁଦିନ ଭଳି ଯୁବତୀଙ୍କ ସହ ଚାଟିଂ କରୁଥିବା ବେଳେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଆଉ ଶେଷରେ ଯୁବତୀ ଜଣକ ରାଗି ଯାଇ ଏଭଳି ଧମକ ଦେଇଥିଲେ । ଆଉ ଏଭଳି ଧମକ ପାଇ ଯୁବକ ଜଣକ ମଧ୍ୟ ବେଶ ଭୟଭୀତ ହୋଇଯାଇଥିଲେ । ଆଉ ଏହାସହ ସଙ୍ଗେ ସଙ୍ଗେ ପୋଲିସକୁ ଏ ବାବଦରେ ସୂଚନା ଦେଇଥିଲେ ।

ଯୁବକଙ୍କ ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପୋଲିସ ଯୁବକଙ୍କ ଚାଟିଂ ଆପର ଆଇଡି ଜରିଆରେ ଯୁବତୀ ଜଣକ କିଏ ତାହା ଜାଣିବାକୁ ପ୍ରୟାସ ଚଲାଇଛି । ଏପରିକି କେଉଁଠାରୁ ଯୁବତୀ ଜଣକ ଏଭଳି ଚାଟିଂ କରୁଛନ୍ତି ତାହା ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି । କାରଣ ପୁଲୱାମା ଆକ୍ରମଣ ପରେ କୌଣସି ଧମକକୁ ହାଲକାରେ ନେବାକୁ ଚାହୁଁନାହିଁ ପୋଲିସ । ତେଣୁ ଏହି ଧମକ ଆସିବା ପରେ ସର୍ତକ ହୋଇଯାଇଛି ପୋଲିସ ।