ଦେଶରେ ବଢୁଛି କରୋନା ସଂକ୍ରମଣ । ଆଇସିଏମଆରର ଦାବି ସ୍ଥାନୀୟ ସଂକ୍ରମଣ ବଢୁଛି, ହେଲେ ଚତୁର୍ଥ ଲହରର ଆସିିନି

101

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ବଢି ଚାଲିଛି । ତେଣୁ ଚତୁର୍ଥ ଲହର ଆସିପାରେ ବୋଲି କୁହାଯାଉଥିଲା । କିନ୍ତୁ ସଂକ୍ରମଣ ବୃଦ୍ଧି ପଛରେ କୌଣସି ନୂଆ ଲହର ନୁହେଁ ବରଂ ସ୍ଥାନୀୟ ସଂକ୍ରମଣ ପାଇଁ କରୋନା ସଂକ୍ରମଣ ବଢୁଛି ବୋଲି ଆଇସିଏମଆର ନିର୍ଦ୍ଦେଶକ ସମୀରନ ପଣ୍ଡା କହିଛନ୍ତି । ଦେଶରେ ଏବେ ସବୁଆଡେ ସଂକ୍ରମଣ ବଢିନି । ମୁଖ୍ୟତଃ ଜିଲ୍ଲା ସ୍ତରରେ ଏବଂ ସ୍ଥାନୀୟ ଭାବରେ ଏହି ସଂକ୍ରମଣ ବଢୁଛି । ଯେତେବେଳେ ସଂକ୍ରମଣ ବଢିବ ସେତେବେଳେ ଡାକ୍ତରଖାନାରେ ରୋଗୀ ସଂଖ୍ୟା ବଢିବ ।

ସାରା ରାଜ୍ୟରେ ତଥା ଦେଶରେ ସମାନ ଧାରାରେ ସଂକ୍ରମଣ ବୃଦ୍ଧି ପାଇବ । ସେତେବେଳେ ଅନ୍ୟ ଏକ ଲହର ଆସୁଛି ବୋଲି କହିହେବ ବୋଲି ଆଇସିଏମଆର କହିଛି । ଅନ୍ୟପଟେ ଦେଶରେ ଏବେ ପଜିଟିଭିଟି ହାର ୧ ପ୍ରତିଶତ ଟପିଛି । ୫ ଦିନ ହେବ ୩ ହଜାର ଉପରେ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସପ୍ତାହକ ଭିତରେ ୪୧ ପ୍ରତିଶତ ସଂକ୍ରମଣ ବଢିଛି । ହରିଆଣା. କେରଳ, ମହାରାଷ୍ଟ୍ର ଏବଂ କର୍ଣାଟକରେ ସଂକ୍ରମଣ ବଢିଛି ।