ଆଜି ଭାଇଚାରାର ପର୍ବ ଇଦ୍ : ମାସେ ହେବ ରୋଜା ରଖି ଇଦ୍ ପାଳନ କରୁଥିଲେ ମୁସଲିମ୍ ଭାଇ ଓ ଭଉଣୀ

211

କନକ ବ୍ୟୁରୋ : ଦୁଇ ବର୍ଷ ପରେ ଆଜି ଭାଇଚାରାର ପର୍ବ ପାଳନ ହେବ । ମୁସଲିମ୍ ଭାଇ ଓ ଭାଉଣୀ ମାନେ ମସଜିଦ ଯାଇ ନମାଜ ପାଠ କରିବା ସହିତ ଘରେ ପ୍ରସ୍ତୁତ କରିବେ ସୁସ୍ୱାଦୁ ବ୍ୟଞ୍ଜନ । କରୋନା ପାଇଁ ଦୀର୍ଘ ଦୁଇ ବର୍ଷ ହେବ ଇଦ୍ ପର୍ବ ଉପରେ ରୋକ୍ ଲାଗିଥିଲ।। ଏବେ କଟକଣା ହଟିବା ପରେ ଚମକିବ ଇଦ୍ ପର୍ବ ।

ଗୋଟିଏ ମାସ ଯାଏ ରୋଜା ବା ଉପବାସ ରଖିବା ପରେ ମସଜିଦରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଇଦ୍ ଗାହା ବା ଖୋଲା ପଡିଆକୁ ଯାଇ ସମୂହ ନମାଜ ପାଠ କରିବେ । ଇଦ୍ ପାଳନ ପାଇଁ ମୁସଲିମ୍ ଭାଇ ଓ ଭଉଣୀ ମାସକ ଯାଏ ରୋଜା ରଖି ନମାଜ ପାଠ କରନ୍ତି । ୩୦ ଦିନ ରୋଜା ରଖିବା ପରେ ଏହି ପର୍ବ ଆସିଥାଏ ।