ବିରୋଧୀଙ୍କୁ ଏକାଠିଙ୍କୁ ଏକଜୁଟ କରିବାକୁ ଉଦ୍ୟମ । ମମତା, ଅଖିଳେଶଙ୍କୁ ଭେଟିଲେ ବିହାର ମୁଖ୍ୟମନ୍ତ୍ରୀ

126

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ବିରୋଧୀ ଦଳକୁ ଏକାଠି କରିବାକୁ ପ୍ରୟାସ ଆରମ୍ଭ ହୋଇଛି । ଆଉ ଏହାର ନେତୃତ୍ୱ ନେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ବିରୋଧୀ ପକ୍ଷର ବଡ ନେତାଙ୍କୁ ଭେଟିଛନ୍ତି ବିହାର ମୁଖ୍ୟମନ୍ତ୍ରୀ । ତେବେ ନୀତିଶ କୁମାର ବିରୋଧୀ ଦଳର ଦୁଇ ବଡ ନେତାଙ୍କୁ ଭେଟିଛନ୍ତି । ଲକ୍ଷ୍ନୌରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଥିବାବେଳେ କୋଲକାତାରେ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି । ନୀତିଶ କୁମାର ଆଜି କୋଲକାତାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି । ଏହି ବୈଠକରେ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ଉପସ୍ଥିତ ଥିଲେ ।

ବୈଠକ ପରେ ମମତା ବାନାର୍ଜୀ କହିଛନ୍ତି ଯେ, ମୁଁ ନୀତୀଶଙ୍କୁ ଅନୁରୋଧ କରିଛି ଯେ ଜୟପ୍ରକାଶ ଜୀଙ୍କର ଆନ୍ଦୋଳନ ବିହାରରୁ ଆରମ୍ଭ ହୋଇଛି, ତେଣୁ ଆମେ ବିହାରରେ ଏକ ସଭା ମଧ୍ୟ କରିବା ଉଚିତ୍ । ବିରୋଧୀ ଏକାଠି ଅଛନ୍ତି । ଏପରି ଏକା ବାର୍ତ୍ତା ଦେବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଆମ ଦର୍ଶନ ଏବଂ ଉଦ୍ଦେଶ୍ୟ ସ୍ପଷ୍ଟ ଆମେ ଏକାଠି ଲଢିବା ସୁନିଶ୍ଚିତ । କେଉଁ ଆଧାରରେ ଏହା ଘଟିବ, ଠିକ୍ ସମୟରେ ନିଷ୍ପତି ନିଆଯିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

  • ନୀତୀଶ କୁମାର ପୂର୍ବରୁ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧିଙ୍କୁ ଭେଟିସାରିଛନ୍ତି
  • ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବି ବିରୋଧୀ ଏକଜୁଟ ପାଇଁ ଏକାଠି ହୋଇଛନ୍ତି
  • ବିହାର, ପଶ୍ଚିମବଙ୍ଗ, ତେଲେଙ୍ଗାନା, କେରଳ ଓ ତାମିଲନାଡୁରେ ବିଜେପି ବିରୋଧୀ ସରକାର ରହିଛି
  • ଆନ୍ଧ୍ର-ଓଡିଶାରେ ବି ରହିଛି ଅଣ-ବିଜେପି ସରକାର
  • ହିମାଚଳ, ରାଜସ୍ଥାନ, ଛତିତଗଡରେ କଂଗ୍ରେସ ସରକାର
  • ଝାଡଖଣ୍ଡରେ କଂଗ୍ରେସ-ଜେଏମଏମ ମେଣ୍ଟ ସରକାର
  • ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ସବୁ ବିରୋଧୀଙ୍କୁ ଏକଜୁଟ କରିବାକୁ ସଙ୍କେତ ଦେଇସାରିଛନ୍ତି
  • କଂଗ୍ରେସ ମଧ୍ୟ ବିରୋଧୀ ଏକଜୁଟ ପାଇଁ ସଙ୍କେତ ଦେଇସାରିଛି
  • ମମତା ମଧ୍ୟ ବିରୋଧୀ ଏକଜୁଟ ପାଇଁ ଉଦ୍ୟମ କରିଛନ୍ତି
  • ଅରବିନ୍ଦ କେଜରିୱାଲଙ୍କୁ ବିରୋଧୀ ଏକତାରେ ସାମିଲ କରିବାକୁ ଉଦ୍ୟମ
  • ପଞ୍ଜାବ ଓ ଦିଲ୍ଲୀରେ ଆପ୍ ସରକାରରେ ରହିଛି
  • ତେଣୁ ଏହି ସବୁ ରାଜ୍ୟର ନେତାଙ୍କୁ ନେଇ ଏକଜୁଟ୍ ହେବାକୁ ଚେଷ୍ଟା ଚଳାଇଛନ୍ତି ନୀତୀଶ