ହ୍ରାସ ପାଉଛି ଦମ୍ପତିଙ୍କ ପ୍ରଜନନ କ୍ଷମତା: ବିଳମ୍ବରେ ବିବାହ, କାର୍ଯ୍ୟଚାପ, ନିଶାସେବନ ପ୍ରମୁଖ କାରଣ

5,783

କନକ ବ୍ୟୁରୋ: ରାଜ୍ୟରେ କିପରି ପ୍ରଜନନ କ୍ଷମତା ହ୍ରାସ ପାଇବାରେ ଲାଗିଛି, ନଜର ପକାନ୍ତୁ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେର ତଥ୍ୟ ଉପରେ –
ବର୍ଷ ପ୍ରଜନନ ହାର

୧୯୯୨-୯୩ ୨.୯ ପ୍ରତିଶତ
୧୯୯୮-୯୯ ୨.୫ ପ୍ରତିଶତ
୨୦୦୫-୦୬ ୨.୪ ପ୍ରତିଶତ
୨୦୧୫-୧୬ ୨.୧ ପ୍ରତିଶତ
୨୦୧୯-୨୧ ୧.୮ ପ୍ରତିଶତ

୩୦ ବର୍ଷ ତଳେ ଅର୍ଥାତ ୧୯୯୨-୯୩ରେ ପ୍ରଜନନ ହାର ଥିଲା ୨.୯ ପ୍ରତିଶତ । ଆଉ ଏହାରି ଭିତରେ ୧ ପ୍ରତିଶତରୁ ଅଧିକ ହ୍ରାସ ପାଇଲାଣି ପ୍ରଜଜନ କ୍ଷମତା । ୧୯୯୮-୯୯ରେ ୨.୫ ପ୍ରତିଶତ, ୨୦୦୫-୦୬ରେ ୨.୪ ପ୍ରତିଶତ, ୨୦୧୫-୧୬ରେ ୨.୧ ପ୍ରତିଶତ ଏବଂ ୨୦୧୯-୨୧ରେ ପ୍ରଜନନ କ୍ଷମତା ୧.୮ ପ୍ରତିଶତକୁ ଖସି ଆସିଲାଣି ।

ବିଶେଷଜ୍ଞଙ୍କ ମତରେ ଲାଇଫ୍ ଷ୍ଟାଇଲ୍, ଖାଦ୍ୟ, ନିଶାସେବନ ଆଦି କୁ-ଅଭ୍ୟାସ ଯୋଗୁଁ ଦମ୍ପତିଙ୍କ ପ୍ରଜନନ କ୍ଷମତା ହ୍ରାସ ପାଉଛି । ମହିଳାଙ୍କ କ୍ଷେତ୍ରରେ ପ୍ରମୁଖ କାରଣ ହେଲା

କାହିଁକି ମା’ ହୋଇ ପାରୁନାହାନ୍ତି ମହିଳା?
ବିଳମ୍ବରେ ବିବାହ
ଚକଲେଟ୍ ସିଷ୍ଟ ଯୋଗୁଁ ଋତୁସ୍ରାବରେ ଅସୁବିଧା
ଫାଷ୍ଟଫୁଡ ଖାଇବା ଦ୍ୱାରା ଓଭାରିରେ ସମସ୍ୟା
ବାରମ୍ବାର ଗର୍ଭପାତ
ମଧୁମେହ, ଥାଇରଏଡ୍
ଆଦି ପ୍ରଜନନ ‘କ୍ଷମତାକୁ ପ୍ରଭାବିତ କରୁଛି ।
ସେହିପରି ପୁୁରୁଷଙ୍କ କ୍ଷେତ୍ରରେ
କାହିଁକି କମୁଛି ପୁରୁଷଙ୍କ ପ୍ରଜନନ କ୍ଷମତା?
ମାତ୍ରାଧିକ ମୋବାଇଲ୍ ବ୍ୟବହାର
ଧୂମ୍ରପାନ ଓ ନିଶାଦ୍ରବ୍ୟ ସେବନ
କାର୍ଯ୍ୟଚାପ, ଜଳବାୟୁ ପରିବର୍ତ୍ତନ
ଭଳି କାରଣ ଯୋଗୁଁ ଶୁକ୍ରାଣୁ ସଂଖ୍ୟା କମିବାରେ ଲାଗିଛି

ନିଃସନ୍ତାନ ଦମ୍ପତିଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅନେକ ମହିଳା ମାତୃତ୍ୱ ପାଇଁ ଆଇଭିଏଫ୍ର ସାହାରା ନେଉଛନ୍ତି । ତା’ର ସଫଳତା ହାର ମଧ୍ୟ ୩୦ରୁ ୩୨ ପ୍ରତିଶତ ମଧ୍ୟରେ ରହିଛି । ଏପଟେ ଆଇଭିଏଫ୍ରେ ଖର୍ଚ୍ଚାନ୍ତ ହେଉଛନ୍ତି ଦମ୍ପତି । ଏହାକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ଆଇଭିଏଫ୍ ସେଂଟର ଖୋଲିବାକୁ ଯାଉଛି ଭୁବନେଶ୍ୱର ଏମ୍ସ ।