ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ମାମଲାରେ ତେଜୁଛି ଅସନ୍ତୋଷ । କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ବି ପ୍ରତିବାଦ

88

କନକ ବ୍ୟୁରୋ: କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇ ପଛଘୁଞ୍ଚା ଦେଉଛି କି ଓଡ଼ିଶା ପୋଲିସ୍ ? ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ମାମଲାରେ ବିବାଦୀୟ ହୋଇଛି ଭୂମିକା । ହୋମଗାର୍ଡ଼କୁ ସସପେଣ୍ଡ କରି, ଆଉ ଅଧିକାରୀଙ୍କୁ ବଦଳି କରି କ’ଣ ସଙ୍କେତ ଦେବାକୁ ଚାହୁଁଛି ଓଡ଼ିଶା ପୋଲିସ୍ । ସେପଟେ ସାରା ଓଡ଼ିଶାରେ ପ୍ରସଙ୍ଗକୁ ନେଇ ବିବାଦ ତେଜିବାରେ ଲାଗିଛି ।

  • ସାରା ଓଡିଶାରେ ତୀବ୍ର ପ୍ରତିବାଦ
  • ସହିହେବନି ସାମ୍ବାଦିକଙ୍କ ଗୋଡରେ ବେଡି

ନୀଳଗିରିରେ ପୁଲିସର ବର୍ବରତା ବିରୋଧରେ ଲଗାତାର ଦ୍ୱିତୀୟ ଦିନ ଲାଗି ରାଜ୍ୟବ୍ୟାପି ପ୍ରତିବାଦ ଦେଖିବାକୁ ମିଳିଛି । ପୂର୍ବରୁ ପଶ୍ଚିମ ଓ ଉତ୍ତରରୁ ଦକ୍ଷିଣ ସବୁଠାରେ ସାମ୍ବାଦିକଙ୍କୁ ନ୍ୟାୟ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ସାମ୍ବାଦିକ । ପାରାଦୀପ, ସୁନ୍ଦରଗଡ, ରାଉରକେଲା, ଯୋଡା, ବ୍ରହ୍ମପୁର, ଓ ନବରଙ୍ଗପୁର ସମେତ ବିଭିନ୍ନ ସ୍ଥାନରେ ସାମ୍ବାଦିକଙ୍କୁ ବେଡି ପକାଇବାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଇଆଇସିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁ୍ଷ୍ଠାନ ପାଇଁ ଦାବି କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି ।

  • ପୁଲିସ ଆଭିମୁଖ୍ୟକୁ ନେଇ ବଢୁଛି ଅସନ୍ତୋଷ
  • ଆଇଆଇସିଙ୍କୁ ନିଲମ୍ବନ କରାଯାଉନି କାହିଁକି?

ଲୋକନାଥଙ୍କ ଗୋଡରେ ବେଡି ପକାଇବାକୁ ନେଇ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଉଦବେଗ ପ୍ରକାଶ ପାଇଛି । ଆଉ ଏହି ବେଡି ପକାଇବା ପାଇଁ ଆଇଆଇସି ହିଁ ଦାୟୀ । ତାଙ୍କ ନିର୍ଦ୍ଦେଶରେ ତାଙ୍କୁ ନିର୍ଯାତନା ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଥିଲା । କିନ୍ତୁ ପୁଲିସ ଉପରେ ଏସବୁର ବିଶେଷ କିଛି ପ୍ରଭାବ ପଡି ନାହିଁ । କେବଳ ଜଣେ ହାବିଲଦାରଙ୍କୁ ସସପେଣ୍ଡ କରାଯାଇଛି । ସେପଟେ ନୀଳଗିରିର କନକ ନ୍ୟୁଜ୍ ଓ ସମ୍ବାଦର ପ୍ରତିନିଧି ଲୋକନାଥ ଦଳେଇଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ବି ଗୁରୁତର ରହିଛି । ସେ ହାଇବ୍ଲଡପ୍ର୍ରେସର , ଡାଇବେଟିସ ଓ ଜ୍ୱରରେ ପୀଡିତ ଥିବାରୁ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ଲୋକନାଥ ଏବେ ବି ଭୟଭୀତ ଅବସ୍ଥାରେ ଅଛନ୍ତି ।