ଏନଆଇଏ ଚଢାଉ ପରେ ବଦଳିଲା ଅଖତାରର ଜୀବନ ! ମାନସିକ ଦୁଃଶ୍ଚିନ୍ତାରେ ପୁରା ପରିବାର । ସେପଟେ ଭଡାଘରୁ ବିଦା କରିବାକୁ ଗାଁ ବାଲା ନେଲେ ନିଷ୍ପତ୍ତି

37

କନକ ବ୍ୟୁରୋ : ଏନଆଇଏ କାର୍ଯ୍ୟାଳୟରୁ ଫେରିବା ପରେ ଅଖତାର ହୁସେନର ଦୁଃଖ ବଢିଛି । ଚିହ୍ନା ପରିଚିତ ପାଖ ପଡୋଶୀ ତାଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି । ଏବେ କଟକ କିଶନନଗର ନିକଟ ସାମନ୍ତରାପୁରର ଭଡାଘରୁ ତାଙ୍କୁ ତଡିବାକୁ ଗାଁ ବାଲା ନିଷ୍ପତି ନେଇଛନ୍ତି । ଏପରି ଖବର ସେ ଶୁଣୁଛନ୍ତି, କେହି ତାଙ୍କୁ ଘର ଛାଡିବାକୁ କହିନଥିବା କନକ ନ୍ୟୁଜ ଆଗରେ କହିଛନ୍ତି ଅଖତାର ହୁସେନ ।

ଅନ୍ୟପଟେ ଗାଁର ଜଣେ ମୁରବୀଙ୍କ କହିବା କଥା, ଏନଆଇଏ ଚଢାଉ ପରେ ଗାଁ ବଦନାମ ହୋଇଛି । ତେଣୁ ଗାଁରେ ଥିବା ସମସ୍ତ ଭଡାଟିଆଙ୍କୁ ୧୫ ଦିନ ଭିତରେ ଘର ଛାଡିବାକୁ କହିବା ପାଇଁ ଗାଁ ବୈଠକରେ ନିଷ୍ପତି ନିଆଯାଇଛି ।