ବିଶ୍ୱକପକୁ ମିଳିଲା ନିଜର ପ୍ରଥମ ସେମିଫାଇନାଲ ଦଳ, କ୍ୱାଲିଫାଏ କଲା ନ୍ୟୁଜିଲାଣ୍ଡ । ଗ୍ରୁପ-୨ରୁ କେଉଁ ଦଳ ଯିବ ସେମିଫାଇନାଲ? ଏବେ ବି ରେସରେ ଭାରତ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ?

1,055

କନକ ବ୍ୟୁରୋ: ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି-୨୦ ବିଶ୍ୱକପକୁ ମିଳିସାରିଛି ନିଜର ପ୍ରଥମ ସେମିଫାଇନାଲ ଦଳ । ନ୍ୟୁଜିଲାଣ୍ଡ ଟିମ୍ ଆର୍ୟଲ୍ୟାଣ୍ଡକୁ ହରାଇବା ପରେ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ତେବେ ଆର୍ୟଲ୍ୟାଣ୍ଡକୁ ନ୍ୟୁଜିଲାଣ୍ଡ ୩୫ ରନରେ ହରାଇବା ପରେ ଦଳର ରନ ରେଟ୍ ବହୁତ ଉପରେ ରହିଛି । ଏଥିସହିତ ଗ୍ରୁପ-୧ରୁ ପ୍ରଥମ ଦଳ ଭାବେ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ପହିଞ୍ଚିଛି ।

ତେବେ ଗ୍ରୁପ-୧ରୁ ସେମିଫାଇନାଲ ପାଇଁ ନ୍ୟୁଜିଲାଣ୍ଡ ପରେ କେଉଁ ଦଳ ସେମିଫାଇନାଲରେ ପହଞ୍ଚିବ ତାହା ଆସନ୍ତାକାଲି ସ୍ପଷ୍ଟ ହୋଇଯିବ । ତେବେ ଇଂଲଣ୍ଡ- ଅଷ୍ଟ୍ରେଲିଆ ଭିତରୁ ଗୋଟିଏ ଦଳ ସେମିଫାଇନାଲରେ ପହଞ୍ଚିପାରେ । ଯଦି ଆଫଗାନିସ୍ତାନ ନିକଟରୁ ଅଷ୍ଟ୍ରେଲିଆ ହାରିଯାଏ, ତେବେ ଇଂଲଣ୍ଡ-ଶ୍ରୀଲଙ୍କା ମ୍ୟାଚରେ ଯେଉଁ ଦଳ ବିଜୟ ହାସଲ କରିବ ସେହି ଦଳ ସେମିଫାଇନାଲ ପାଇଁ ସ୍ଥାନ ପକ୍କା କରିବ । ତେଣୁ ଏଭଳି ସ୍ଥିତିରେ ଗ୍ରୁପ-୧ରେ ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ପାଇଁ ସେମିଫାଇନାଲ ରାସ୍ତା ଖୋଲାଅଛି ।

ସେପଟେ ଗ୍ରୁପ-୨ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଭାରତ ସହ ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ଟିମ୍ ମଧ୍ୟ ସେମିଫାଇନାଲ ଦୌଡରେ ରହିଛନ୍ତି । ଭାରତ ସେମିଫାଇନାଲ ଯିବା ପକ୍କା ହେଲାଭଳି ଜଣାପଡୁଥିଲେ ମଧ୍ୟ, ବିଶ୍ୱକପରେ କୌଣସି ବି ସ୍ଥିତି ଦେଖିବାକୁ ମିଳିପାରେ । ତେଣୁ ଏବେ ତିନୋଟି ଯାକ ଟିମ୍ ରେସରେ ଥିବା କୁହାଯାଇପାରେ । ତେବେ ଭାରତର ଶେଷ ମ୍ୟାଚ୍ ଜିମ୍ବାୱେ ସହ ଅଛି । ତେଣୁ ଏହି ମ୍ୟାଚରେ ଦଳ ଯଦି ଜିତାପଟ ହାସଲ କରେ, ତେବେ ଦଳ ଉନ୍ନତ ରନ୍ ରେଟ୍ ସହ ସେମିଫାଇନାଲରେ ପହଞ୍ଚିବ । ସେହିପରି ପାକିସ୍ତାନ କିମ୍ବା ଦକ୍ଷିଣ ଆଫ୍ରିକା ଦଳ ଭିତରୁ ଗୋଟିଏ ଦଳ ସେମିଫାଇନାଲ ଯାଇପାରେ ।