ବିଶ୍ୱକୁ ଛୁଇଁଲା ନୂତନ ବର୍ଷର ପ୍ରଥମ ସୂର୍ଯ୍ୟ, ଓସେନିଆରେ ପ୍ରଥମେ ପାଳନ ହେଲା ନୂଆବର୍ଷ

645

କନକ ବ୍ୟୁରୋ : ନୂଆବର୍ଷ ପାଇଁ ସାରା ବିଶ୍ୱ ହୋଇଛି ଉତ୍ସବ ମୁଖର । କିଛି ଘଣ୍ଟା ପରେ ୨୦୨୨କୁ ବିଦାୟ ଦେଇ ୨୦୨୩କୁ ସ୍ୱାଗତ କରାଯିବ । ଆଜି ରାତି ୧୨ ଟାରୁ ସାରା ବିଶ୍ୱରେ ନୂଆ ବର୍ଷକୁ ସ୍ୱାଗତ କରାଯିବ । ହେଲେ ଆଶ୍ଚର୍ଯ୍ୟର କଥା କି ବିଶ୍ୱର ପ୍ରତିଟି ଦେଶରେ ନୂଆ ବର୍ଷ ପାଳନ କରିବାର ସମୟ ଭିନ୍ନ ଭିନ୍ନ । ଭାରତ ଯେତେବେଳେ ନୂଆ ବର୍ଷ ପାଳନ କରିବ ସେତେବେଳକୁ ବିଶ୍ୱର ଅନେକ ଦେଶ ନୂଆବର୍ଷ ପାଳନ କରିସାରିଥିବେ ।

ସବୁଠାରୁ ଆଗରେ ଓସେନିଆରେ ନୂଆବର୍ଷ ପାଳନ କରାଯାଇଥାଏ । ଟେଙ୍ଗା, ସମାଓ ଓ କୋରିବାଟି ଭଳି ଦେଶରେ ପ୍ରଥମେ ନୂଆବର୍ଷ ପାଳନ କରାଯାଇଥାଏ । ଟେଙ୍ଗାରେ ସବୁଠାରୁ ଆଗରେ ନୂତନ ବର୍ଷର ସୂର୍ଯ୍ୟ ଉଦୟ ହୋଇଥାଏ । ଭାରତୀୟ ସମୟ ମୁତାବକ ଏଠାରେ ଡିସେମ୍ବର ୩୧ ତାରିଖ ଦିନ ୩.୩୦ ମିନିଟରେ ସମୋଆ ଓ କ୍ରିସମମସ ଆଇଲାଣ୍ଡ କିେିବୈତୀରେ ନୂଆବର୍ଷ ପାଳନ ଆରମ୍ଭ ହୋଇଯାଇଛି ।

ଯଦି ଏସିଆ ମହାଦେଶ କଥା କହିବା ତେବେ ଦକ୍ଷିଣ କୋରିଆରେ ସବୁଠାରୁ ପ୍ରଥମେ ନୂଆବର୍ଷ ପାଳନ କରାଯାଏ । ଜାପାନ ଓ ଦକ୍ଷିଣ କୋରିଆରେ ଭାରତୀୟ ସମୟ ଡିସେମ୍ବର ୩୧ ତାରିଖ ରାତି ୮.୩୦ ମିନିଟରେ ନୂଆବର୍ଷ ପାଳନ କରାଯାଏ । ଭାରତୀୟ ସମୟ ମୁତାବକ ମାଇନର ଆଉଟଲାଣ୍ଡିଙ୍ଗରେ ସବୁଠାରୁ ଶେଷରେ ଜାନୁଆରୀ ପହିଲା ସନ୍ଧ୍ୟା ୫.୩୫ ମିନିଟରେ ନୂଆବର୍ଷ ପାଳନ କରାଯାଏ ।

ଆପଣଙ୍କୁ କହିରଖୁ କି ୪୦୦ ବର୍ଷ ପୂର୍ବରୁ ପ୍ରଥମେ ବେବିଲୀନରେ ନୂଆବର୍ଷ ପାଳନ କରାଯାଇଥିଲା । ହେଲେ ଜାନୁଆରୀ ପହିଲା ନୁହେଁ ବରଂ ୨୧ମାର୍ଚ୍ଚକୁ ନବବର୍ଷ ଭାବେ ପାଳନ କରାଯାଉଥିଲା । ମାତ୍ର ଜାନୁଆରୀ ପହିଲାକୁ ନୂଆବର୍ଷ ଭାବେ ପ୍ରଥମେ ୧୫୮୨ ମସିହା ଅକ୍ଟୋବର ୧୫ ତାରିଖରେ ପାଳନ କରାଯାଇଥିଲା । ଏହାର ପ୍ରାରମ୍ଭ ଶୋମନ ଶାସକ ଜୁଲିୟସ ସିଜର କରିଥିଲେ ।

ନୂଆବର୍ଷ ପାଳନକୁ ନେଇ କିଛି ଦେଶରେ ବି ରହିଛି ଅଜବ ପରମ୍ପରା । ଡେନମାର୍କରେ ପ୍ଲେଟ ଭାଙ୍ଗି ନବବର୍ଷ ପାଳନ କରିଥାନ୍ତି । ସେହିଭଳି ବ୍ରିସନେସର ଲୋକମାନେ ଉଚ୍ଚରେ ଠିଆ ହୋଇ ତଳକୁ ତରଭୁଜ ପକାଇ ନୂଆବର୍ଷ ପାଳନ କରିଥାନ୍ତି । ସ୍ପେନରେ ଲୋକମାନେ ଅଙ୍ଗୁର ଖାଇ ନୂଆବର୍ଷ ପାଳନ କରୁଥିବା ବେଳେ ରୋମାନିଆର ଲୋକମାନେ ଭାଲୁ ଭଳି ପୋଷାକ ପିନ୍ଧି ପାଳନ କରିଥାନ୍ତି   । ଜାପାନ ଓ ଦକ୍ଷିଣ କୋରିଆର ଲୋକମାନେ ଘଣ୍ଟି ବଜାଇ ପାଳନ କରିଥାନ୍ତି ତ ଦକ୍ଷିଣ ଆଫ୍ରିକାର ଲୋକମାନେ ଘରେ ଥିବା କିଛି ପୁରୁଣା ଜିନିଷ ବାହାରକୁ ଫେଙ୍ଗି ନୂଆବର୍ଷ ପାଳନ କରିଥାନ୍ତି ।