ନୂଆ ଭାରତର ନୂଆ ସଂସଦ : ଚାଲିଛି ଉଦଘାଟନ ଉତ୍ସବ ସମାରୋହ; ବୈଦିକ ରୀତିନୀତି ଓ ମନ୍ତ୍ରୋଚାରଣରେ କମ୍ପୁଛି ନୂଆ ସଂସଦ ଭବନ

154

କନକ ବ୍ୟୁରୋ : ନୂଆ ଭାରତର ନୂଆ ସଂସଦ । ଚାଲିଛି ଉଦଘାଟନ ଉତ୍ସବ ସମାରୋହ । ପୂଜାର୍ଚ୍ଚନା କରୁଛନ୍ତି ପ୍ରଧାନମନ୍ତ୍ରୀ । ସାଙ୍ଗରେ ଅଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା । ବୈଦିକ ରୀତିନୀତି ଓ ମନ୍ତ୍ରୋଚାରଣରେ ନୂଆ ସଂସଦ ଭବନ କମ୍ପୁଛି ।

ଦେଶ ବିରୋଧୀ, ପ୍ରଧାନମନ୍ତ୍ରୀ ବିରୋଧୀ ସ୍ଲୋଗାନ ସଂସଦ ଭବନ ପାଚେରୀରେ ଲେଖାଯିବାର ଆଶଙ୍କା ଥିବା ଗୁଇନ୍ଦା ସୂଚନା ମିଳିଥିବାରୁ ୨୪ ଘଂଟିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୭୦ ଜଣ ସୁରକ୍ଷା କର୍ମୀଙ୍କୁ ସଂସଦ ଭବନ ଚାରିପଟେ ମୁତୟନ କରାଯାଇଛି । ନୂଆ ସଂସଦ ଭବନ ନିର୍ମାଣ ପାଇଁ ୯୭୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ନୂଆ ସଂସଦ ଭବନରେ ଲୋକସଭା ହଲର କ୍ଷମତା ୮୮୮ ରହିଥିବାବେଳେ ରାଜ୍ୟସଭା ହଲର କ୍ଷମତା ରହିଛି ୩୦୦ ।

୬୫ ହଜାର ବର୍ଗମିଟରରେ ତିଆରି ହୋଇଛି ନୂଆ ସଂସଦ ଭବନ । ଏଠାରେ ଲୋକସଭା ହଲରେ ବସିପାରିବ ଯୁଗ୍ମ ଅଧିବେଶନ । ସଂସଦୀୟ ଗୃହରେ ଭାରତୀୟ କଳା ଓ ସଂସ୍କୃତିର ଝଲକ ଅତ୍ୟାଧୁନିକ ଯୋଗାଯୋଗ ସୁବିଧା ଓ ସେବା ରହିଛି । ଅଡିଓ-ଭିଜୁଆଲ ଟେକ୍ନୋଲୋଜିର ସୁବିଧା ରହିଛି ଅତ୍ୟାଧୁନିକ ପାଠାଗାର ବ୍ୟବସ୍ଥା ରହିଛି ।