ଭୁବନେଶ୍ୱରରେ ପହଁଚିଲେ ନେପାଳ ନରେଶ ! ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ କରିବେ ପୂଜାର୍ଚ୍ଚନା

38

କନକ ବ୍ୟୁରୋ: ଭୁବନେଶ୍ୱରରେ ପହଁଚିଲେ ନେପାଳ ରାଜା । ଆଜିଠାରୁ ୧୨ ତାରିଖ ଯାଏ ସେ ଓଡିଶାରେ ରହିବେ । ତାଙ୍କୁ ରାଜ୍ୟ ଅତିଥି ଭାବେ ଘୋଷଣା କରାଯାଇଛି । ନେପାଳ ନରେଶ ଜ୍ଞ୍ୟାନେନ୍ଦ୍ର ବୀରବିକ୍ରମ ଶାହ ଦେବ ରତ୍ନ ସିଂହାସନରେ ଶ୍ରୀଜୀଉଙ୍କ ପୂଜାର୍ଚନା କରିବେ । ୧୧ ତାରିଖ ପୂର୍ବାହ୍ନ ୧୧ଟାବେଳେ ସେ ଶ୍ରୀମନ୍ଦିରର ପ୍ରବେଶ କରି ପୂଜାର୍ଚ୍ଚନା କରିବେ ।

ଏଥିପାଇଁ ଶ୍ରୀମନ୍ଦିର ବେଢାରେ ଥିବା ସମସ୍ତ ମନ୍ଦିରରେ ତାଲା ପଡିବ । ନେପାଳର ପାରମ୍ପରିକ ବେଶରେ ସେ ପୁରୀ ଗଜପତି ମହାରାଜଙ୍କ ଭଳି ଦକ୍ଷିଣଦ୍ୱାର ଦେଇ ପ୍ରବେଶ କରିବେ ଓ ସେହି ଦ୍ୱାର ଦେଇ ପ୍ରସ୍ଥାନ କରିବେ । ନେପାଳ ନରେଶଙ୍କ ପୁରୀ ଗସ୍ତକୁ ନଜରରେ ରଖି ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କାଲି ଲିଙ୍ଗରାଜ ମନ୍ଦିରକୁ ଯାଇ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ ।