ଯୋଶୀମଠ ଧସିବା ପ୍ରସଙ୍ଗକୁ ନେଇ ବିବାଦ! ତଥ୍ୟ ପ୍ରକାଶ ନକରିବାକୁ ଏଡିଏମଏଙ୍କ ନିର୍ଦ୍ଦେଶ । ସରକାରୀ ପୋଟାଲରୁ ଇସ୍ରୋ ରିପୋର୍ଟ ଗାଏବ

57

କନକ ବ୍ୟୁରୋ: ନିର୍ମାଣ କାର୍ଯ୍ୟ ଯୋଗୁଁ ଉତ୍ତରାଖଣ୍ଡର ଯୋଶୀମଠ ସମେତ ପାଖାପାଖି ୫ ଟଠିଜିଲ୍ଲାରେ ମାଟି ଧସିଛି । ଘରଦ୍ୱାର ଫାଟିଯାଉଛି । ମାତ୍ର ଦିନରେ ଏହି ଇଲାକା ୫.୬ ସେଣ୍ଟିମିଟର ଧସିଛି । ଏହି ରିପୋର୍ଟ ପ୍ରକାଶ କରିଛି ଇସ୍ରୋ, ଯେଉଁ ରିପୋର୍ଟ ସମସ୍ତ ଗଣମାଧ୍ୟମରେ ମଧ୍ୟ ଭାଇରାଲ ହୋଇସାରିଛି । ହେଲେ ଏବେ ଏହି କଥ୍ୟ ପ୍ରକାଶକୁ ନେଇ ବିବାଦ ଦେଖାଦେଇଛି ।

ଯୋଶୀମଠ ଧସିବା ସଂକ୍ରାନ୍ତ କୌଣସି ତଥ୍ୟ ଗଣମାଧ୍ୟମ ଏବଂ ସୋ‌ସିଆଲ ମିଡିଆରେ ପ୍ରଘଟ ନକରିବାପାଇଁ ସମସ୍ତ ସରକାରୀ ଅନୁଷ୍ଠାନକୁ ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ଡିଏମ୍‌ଏ ବା ଜାତୀୟ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ । ଏନ୍‌ଡିଏମ୍‌ଏ କହିଛି, ବିଭିନ୍ନ ସରକାରୀ ଅନୁଷ୍ଠାନ ଯୋଶୀମଠ ଦବିବା ସଂକ୍ରାନ୍ତ ତଥ୍ୟ ସୋସିଆଲ ମିଡିଆ ମଞ୍ଚରେ ଦେଉଛନ୍ତି ଏବଂ ସେମାନେ ନିଜେ ଗଣମାଧ୍ୟମରେ ସ୍ଥିତିକୁ ଯେଉଁଭଳି ବର୍ଣ୍ଣନା କରୁଛନ୍ତି ତାହା ଦ୍ବନ୍ଦ୍ବ ସୃଷ୍ଟି କରୁଛି।
ଏହା କେବଳ ଯୋଶୀମଠରେ ପ୍ରଭାବିତ ବାସିନ୍ଦାଙ୍କ ମଧ୍ୟରେ ଦ୍ବନ୍ଦ୍ବ ବଢ଼ାଉନି ବରଂ ଏହା ଦେଶର ନାଗରିକଙ୍କ ମଧ୍ୟରେ ବି ଦ୍ବନ୍ଦ୍ବ ବଢ଼ାଉଛି ବୋଲି ଏନ୍‌ଡିଏମ୍‌ଏ ପକ୍ଷରୁ ଜାରି ହୋଇଥିବା ଚିଠିରେ କୁହାଯାଇଛି। ଯୋଶୀମଠ ସ୍ଥିତି ଅଧ୍ୟୟନ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ ହୋଇଛି। ତେବେ ବିଶେଷଜ୍ଞ ଗୋଷ୍ଠୀ ଚୂଡ଼ାନ୍ତ ରିପୋର୍ଟ ନଦେବା ପର୍ୟ୍ୟନ୍ତ ଇସ୍ରୋ ସମେତ ସମସ୍ତ ସରକାରୀ ଅନୁଷ୍ଠାନ ଯୋଶୀମଠ ଦବିବା ସଂକ୍ରାନ୍ତରେ କୌଣସି ତଥ୍ୟ ପ୍ରଘଟ ନକରିବାପାଇଁ ଏନ୍‌ଡିଏମ୍‌ଏ କହିଛି।

ଇତି ମଧ୍ୟରେ ସରକାର ଏହି ଅଙ୍କୁଶ ଲଗାଇବାପରେ ଯୋଶୀମଠ ଦବିବା ସଂକ୍ରାନ୍ତ ଇସ୍ରୋ ରିପୋର୍ଟ ସରକାରୀ ୱେବସାଇଟ୍‌ରୁ ଗାଏବ ହୋଇଯାଇଛି। ଏପ୍ରିଲ ୨୦୨୨ରୁ ଯୋଶୀମଠରେ ମାଟି ଦବୁଥିବା ସଂକ୍ରାନ୍ତ ଇସ୍ରୋ-ଏନ୍‌ଆରଏସି ରିପୋର୍ଟ ସରକାରୀ ୱେବସାଇଟ୍‌ରେ ନାହିଁ। କେବଳ ଗୋଟିଏ କ୍ଲିକ୍‌‌ରେ ଏହା ୟୁଜରଙ୍କୁ ‘ନଟ୍‌ ଫାଉଣ୍ଡ୍‌’ ପେଜ୍‌କୁ ନେଇଯାଉଛି। ପିଡିଏଫ୍‌ ରିପୋର୍ଟ ଲିଙ୍କ୍‌ ମଧ୍ୟ କାମ କରୁନାହିଁ।