ନିତିନ ଗଡ଼କରୀଙ୍କୁ ହତ୍ୟା ଧମକ । ୧୦୦କୋଟି ଟଙ୍କା ଦେବାକୁ ଦାବି

138

କନକ ବ୍ୟୁରୋ : କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ହତ୍ୟା ଧମକ । ନାଗପୁରରେ ଥିବା କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକ ଅଜ୍ଞାତ ଫୋନ କଲରେ ହତ୍ୟା ଧମକ ଦିଆଯାଇଥିବା ଜଣାପଡ଼ିଛି । ଏହି କଲ କର୍ଣ୍ଣାଟକର ହୁବୁଳୀରୁ ଆସିଥିବା ଟ୍ରେସରୁ ଜଣାପଡିଛି ।

ତେବେ ଫୋନ କରି ହତ୍ୟା ଧମକ ଦେଇଥିବା ଦୁବୁର୍ତ ନିଜକୁ ଅଣ୍ଡରୱାଲ୍ଡ ଦାଉଦଇବ୍ରାହିମ ଗ୍ରୁପର ବୋଲି କହିଛି ଓ ୧୦୦କୋଟି ଟଙ୍କା ଦାବି କରିଛି । ଯଦି ୧୦୦କୋଟି ଟଙ୍କା ନମିଳେ ତେବେ ନୀତିନ ଓ ତାଙ୍କ କାର୍ଯ୍ୟାଳୟକୁ ବୋମାରେ ଉଡାଇ ଦିଆଯିବ ବୋଲି ଧମକ ଦେଇଛି ଦୁବୁର୍ତ । ନୀତିନ ଗଡ଼କରୀଙ୍କୁ ୩ ଥର ହତ୍ୟା ଧମକ ମିଳିଥିବା ସୂଚନା ରହିଛି । କଲକୁ ଟ୍ରେସ କରି ତଦନ୍ତ ପ୍ରକିୟାକୁ ତ୍ୱରାନିତ କରିଛି ।