ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦। ବାରବାଟୀ ଅଭିମୁଖେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

102

କନକ ବ୍ୟୁରୋ: ଭାରତ – ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ଦେଖିବାକୁ ବାରବାଟୀ ଅଭିମୁଖେ ନବୀନ । ସନ୍ଧ୍ୟାରେ ମ୍ୟାଚ ପୂର୍ବରୁ ନବୀନ ବାରବାଟୀ ଯାଇଛନ୍ତି । କଟକରେ ଭାରତ – ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ଅନୁଷ୍ଠିତ ହୋଇଛି । ଏଥିପାଇଁ ନବୀନ ଟିକେଟ କିଣିଥିଲେ । ଏହାର କିଛି ସମୟ ପୂର୍ବରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ନବୀନ ନିବାସରେ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।

ସେହିପରି ବାରବାଟୀରେ ପହଞ୍ଚି ସାରିଛନ୍ତି ଉଭୟ ଦଳର ଖେଳାଳୀ । ଅପରାହ୍ନରେ ଉଭୟ ଦଳର ଖେଳାଳୀ ପହଞ୍ଚି ପଡିଆରେ ନେଟ୍ସ ପ୍ରାକ୍ଟିସ ଆରମ୍ଭ କରିଛନ୍ତି ।