ବିରୋଧୀଙ୍କୁ ନବୀନଙ୍କ ଜବାବ। କହିଲେ, ‘ରାଜନୀତି ବାହାନାରେ ମହିଳାଙ୍କୁ ଅସମ୍ମାନ ଓଡିଶାବାସୀ ସହିବେ ନାହିଁ’

93

କନକ ବ୍ୟୁରୋ: ଉପନିର୍ବାଚନରେ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ଦଳୀୟ ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ପ୍ରତି ଅସମ୍ମାନ ପ୍ରସଙ୍ଗରେ ନବୀନ ନିଜର ପ୍ରତିକ୍ରିୟା ରଖିଛନ୍ତି । ନବୀନ କହିଛନ୍ତି, ମୁଁ ବିଜେପିର ନେତୃମଣ୍ଡଳୀଙ୍କୁ ନମ୍ରତାର ସହ କହିରଖିବାକୁ ଚାହେଁ ଯେ ମହିଳାଙ୍କୁ ଅସମ୍ମାନ ରାଜ୍ୟବାସୀ ସହିବେ ନାହିଁ । ରାଜନୀତି ବାହନାରେ ମହିଳାଙ୍କୁ ଅସମ୍ମାନ ଗ୍ରହଣୀୟ ନୁହେଁ । ଏହାକୁ ଓଡିଶାବାସୀ କେବେବି ଗ୍ରହଣ କରିବେ ନାହିଁ ।

ଉପନିର୍ବାଚନ ପ୍ରଚାର ବେଳେ ବିରୋଧୀଦଳ ବର୍ଷାଙ୍କ ପ୍ରତି ଆକ୍ଷେପ କରିଥିବା ନେଇ ବିଜେଡି ଜୋରଦାର ପ୍ରତିବାଦ କରିଥିଲା। ବିରୋଧୀମାନେ ବର୍ଷାଙ୍କ  ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ନବୀନ ବିଜୟ ପରେ ଏନେଇ ମୁଁ ଖୋଳି ବିରୋଧୀଙ୍କୁ ଜବାବ ଦେଇଛନ୍ତି ।