ନୂଆ ବର୍ଷ ପାଳନ କରିବେନି ମୁଖ୍ୟମନ୍ତ୍ରୀ : ଭିଣୋଇ ସୋନି ମେହେଟ୍ଟାଙ୍କ ଦେହାନ୍ତ ଯୋଗୁଁ ଶୋକ ପାଳୁଛନ୍ତି ନବୀନ

780

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ନୂଆବର୍ଷ ପାଳନ କରିବେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଭିଣୋଇ ବିଖ୍ୟାତ ପ୍ରକାଶକ ତଥା ସମ୍ପାଦକ ସୋନି ମେହେଟ୍ଟାଙ୍କ ଦେହାନ୍ତ ଯୋଗୁଁ ଶୋକ ପାଳୁଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ଶୁଭେଚ୍ଛୁ ମାନଙ୍କୁ ନବୀନ ନିବାସ ନଆସିବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଭିଣୋଇ ସୋନି ମେହେଟାଙ୍କର ଗତକାଲି ଆମେରିକାରେ ୭୭ ବର୍ଷ ବୟସରେ ପରଲୋକ ଘଟିଛି । ସୋନି ମେହେଟ୍ଟାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ ଜରିଆରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଭିଣୋଇଙ୍କ ବିୟୋଗରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟୁଇଟରରେ ଲେଖିଛନ୍ତି, ‘ ମୁଁ ମୋର ଭିଣୋଇସୋନି ମେହେଟ୍ଟାଙ୍କର ପରଲୋକରେ ଗଭୀର ମର୍ମାହତ। ସେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସମ୍ପାଦକ ଥିଲେ ଏବଂ ଅତ୍ୟନ୍ତ ଭଦ୍ର ବ୍ୟକ୍ତି ଥିଲେ।’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେହେଟ୍ଟାଙ୍କର ଆତ୍ମା ଶାନ୍ତି ପ୍ରାପ୍ତ କରୁ ବୋଲି ନିଜର ଶୋକବାର୍ତ୍ତାରେ ଲେଖିଛନ୍ତି ।

ତେବେ ଚଳିତ ବର୍ଷ ଭିଣୋଇଙ୍କ ମୃତ୍ୟୁ ପାଇଁ ନୂଆବର୍ଷ ପାଳନ ନକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନାଯୋଗ୍ୟ ପ୍ରତିବର୍ଷ ବହୁ କର୍ମଚାରୀ, ସାମାଜିକ ସଂଗଠନ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନବ ବର୍ଷର ଶୁଭେଚ୍ଛା ଜଣାନ୍ତି ।