୩ ସାଙ୍ଗଙ୍କ ହାତରେ ଦେଶର ସୀମା ସୁରକ୍ଷା ଦାୟିତ୍ୱ । ଯାହାଙ୍କୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା, ଦେଶର ୩ ସେନା ପ୍ରମୁଖଙ୍କ ବାବଦରେ ଜାଣନ୍ତୁ କିଛି ଅଜଣା କଥା ।

3,557

ଆଜି ସ୍ଥଳସେନା ମୁଖ୍ୟ ପଦରୁ ଅବସର ନେଇଛନ୍ତି ଜେନେରାଲ ବିପିନ୍ ରାୱତ । ବିପନଙ୍କ ସ୍ଥାନରେ ସ୍ଥଳ ସେନାର ସେନାପତି ସାଜିବେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରବାନେ । ପୂର୍ବରୁ କାଶ୍ମୀରରେ କାର୍ଯ୍ୟ କରି ଆସିଥିବା ମନୋଜଙ୍କୁ ଏହି ଗୁରୁଦାୟିତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । ସେହିଭଳି ବାୟୁସେନା ମୁଖ୍ୟ ଆରକେଏସ ଭଦୋରିଆ ଥିବା ବେଳେ ନୌସେନା ମୁଖ୍ୟ ଭାବେ ଏବେ କାର୍ଯ୍ୟ କରୁଛନ୍ତି କରମବୀର ସିଂ । ତେବେ ଏହି ସେନା ପ୍ରମୁଖଙ୍କ ମଧ୍ୟରେ ଥିବା ସମାନତାକୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି ।

ତିନି ବନ୍ଧୁଙ୍କ ହାତରେ ଦେଶର ସୁରକ୍ଷା ଦାୟିତ୍ୱ । କାରଣ ଭାରତର ୩ ସେନାର ମୁଖ୍ୟ ଭାବେ କାର୍ଯ୍ୟ କରିବେ ତିନି ବନ୍ଧୁ । ଆଉ ତିନି ସେନାମୁଖ୍ୟଙ୍କ ଭିତରେ ଥିବା ଏହି ସମାନତାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ନ୍ୟାସନାଲ ଡିଫେନ୍ସ ଏକାଡେମୀର ୧୯୭୬ ମସିହା ବ୍ୟାଚର ୩ କ୍ୟାଡେଟ ଏବେ ଦେଶର ୩ ସେନାର ମୁଖ୍ୟ । ପୁଣେସ୍ଥିତ ଏନଡିଏରେ ୩ ବର୍ଷ ଏକାସଙ୍ଗେ ଟ୍ରେନିଂ ନେବା ପରେ ନିଜ ନିଜର କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରିଥିଲେ । ଆଉ ଏବ ୩ ବନ୍ଧୁଙ୍କ ହାତରେ ଦେଶର ସୀମା ସୁରକ୍ଷାର ଦାୟିତ୍ୱ ।

୩ ସେନାର ମୁଖ୍ୟ ଗୋଟିଏ ବ୍ୟାଚର ହୋଇଥିବାରୁ ସେମାନଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି । ତେଣୁ ତିନି ସେନା ମଧ୍ୟରେ ଭଲ ସମନ୍ୱୟ ରହିବ ବୋଲି ଆଶା କରାଯାଉଛି । ତେଣୁ ଏମାନଙ୍କ ନେତୃତ୍ୱରେ ବିଭିନ୍ନ ସାମରିକ ଆକ୍ରମଣ ଓ ଜରୁରୀ କାଳୀନ ପରିସ୍ଥିତିର ପ୍ରଭାବୀ ମୁକାବିଲା କରିପାରିବେ ତିନି ସେନା । ଭାରତୀୟ ସେନାରେ କ୍ୱଚିତ ଏଭଳି ଦେଖିବାକୁ ମିଳେ ଯେତେବେଳେ ୩ ବନ୍ଧୁ ନ ସେନାର ପ୍ରମୁଖ ପଦରେ ବସିଛନ୍ତି ।

ଏହାଛଡା ଏହି ୩ ବନ୍ଧୁଙ୍କ ମଧ୍ୟରେ ଆଉ ଏକ ସମାନତା ହେଉଛି, ଏମାନଙ୍କ ବାପା ଭାରତୀୟ ବାୟୁସେନାରେ ବିଭିନ୍ନ ପଦ ପଦବୀରେ ରହି ଦେଶ ପାଇଁ କାମ କରିଛନ୍ତି । ଏପରିକି ମନେ୍ଧକ୍ସ ନରବାନେ ଓ କରମବୀର ସିଂଙ୍କ ବାପା ଭଲ ବନ୍ଧୁ ମଧ୍ୟ । ଏସବୁ ଭିତରେ ସେନାମୁଖ୍ୟ ପଦରୁ ଆଜି ବିପିନ୍ ରାୱତ ଅବସର ନେବେ । ତେବେ ତାଙ୍କୁ ଦେଶର ପ୍ରଥମ ସିଡିଏସ ଭାବେ ନିଯୁକ୍ତି ମିଳିଛି । ସିଡିଏସ ଭାବେ ବିପିନଙ୍କର ପ୍ରାଥମିକତା ରହିବ ୩ ସେନା ମଧ୍ୟରେ ସମନ୍ୱୟ ରକ୍ଷା କରିବା ।