ଆଜି କୋଭିଡ୍ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ : ଫେରିପାରେ ମାସ୍କ ବାଧ୍ୟତାମୂଳକ ନିୟମ

121

କନକ ବ୍ୟୁରୋ : ରାଜ୍ୟରେ କୋଭିଡ୍ ସ୍ଥିତି ଓ ଏହାର ମୁକାବିଲା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣ ସାଢେ ୪ଟାରେ ମୁଖ୍ୟମନ୍ତ୍ରୀ ବୈଠକ କରିବେ । ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ରହିବେ । ସମସ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ମେଡିକାଲ କଲେଜର ବରିଷ୍ଠ ଅଧିକାରୀମାନେ ବୈଠକରେ ସାମିଲ ହେବେ ।

ସର୍ଭେଲାନ୍ସକୁ ଜୋରଦାର କରିବା, ଅକ୍ସିଜେନ୍ ଓ ହସ୍ପିଟାଲ ଶଯ୍ୟାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ସେହିପରି ଜିନମ୍ ସିକ୍ୱେନ୍ସିଂ ବଢାଇବା ଉପରେ ମଧ୍ୟ ଆଲୋଚନା ହୋଇପାରେ । ଚୀନ୍ରେ ନୂଆ କୋଭିଡ୍ ଭାରିଆଂଟ ପାଇଁ କରୋନା ବିସ୍ଫୋରଣ ହୋଇଛି । ଆଗକୁ ରାଜ୍ୟରେ ସମ୍ଭାବ୍ୟ ସଂକ୍ରମଣର ମୁକାବିଲା ପାଇଁ ବୈଠକରେ ଆକ୍ସନ ପ୍ଲାନ ପ୍ରସ୍ତୁତ ହେବ । ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟ ଉପରେ ଫୋକସ୍ ଦିଆଯିବ । ଏହା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇପାରେ ବୋଲି ସୂଚନା ମିଳିଛି ।