ଦେଶରେ ୨୩ବିଦେଶ ଫେରନ୍ତା କରୋନା ସଂକ୍ରମିତ ଚିହ୍ନଟ : ଜିନମ ସିକ୍ୱେନ୍ସିଂ ପାଇଁ ପଠାଗଲା ନମୁନା

346

କନକ ବ୍ୟୁରୋ : ଦେଶରେ ୨୩ ଜଣ ବିଦେଶ ଫେରନ୍ତା କରୋନା ସଂକ୍ରମିତ ହୋଇଛନ୍ତି । ବେଙ୍ଗାଲୁରୁର କେମ୍ପେଗୌଡା ବିମାନ ବନ୍ଦରରେ ୧୨ ବିଦେଶ ଫେରନ୍ତା କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ନମୁନାକୁ ଜିନମ୍ ସିକ୍ୱେନ୍ସିଂ ପାଇଁ ପଠାଇଛି ସ୍ୱାସ୍ଥ୍ୟ ବିଭାଗ । କୋଲକାତା ବିମାନ ବନ୍ଦରରେ ଦୁଇ ଜଣ, ଗୟାରେ ୪ ଜଣ ବିଦେଶ ଫେରନ୍ତା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଦିଲ୍ଲୀ ବିମାନ ବନ୍ଦରରେ ୪ ଜଣ ସଂକ୍ରମିତ ହୋଇଛନ୍ତି । ସେମାନଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାରି ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଆଇଏମ୍ଏ ସହ ର୍ଭଚୁଆଲ ବୈଠକ କରିଛନ୍ତି । ସେପଟେ କର୍ଣ୍ଣାଟକ ସରକାର ନୂଆବର୍ଷ ଉତ୍ସବ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ନୂଆବର୍ଷ ଉତ୍ସବ ପାଇଁ ମାସ୍କ ବାଧ୍ୟତାମୂଳକ କରିଛନ୍ତି ସରକାର ।