ଏକାମ୍ର କ୍ଷେତ୍ରରେ ବାଇ-ଲ’ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ । କହିଲେ ପ୍ରସ୍ତାବିତ ବାଇ-ଲ’କୁ ତୁରନ୍ତ ପ୍ରତ୍ୟାହାର କରୁ କେନ୍ଦ୍ର

97

କନକ ବ୍ୟୁରୋ : ଏକାମ୍ର କ୍ଷେତ୍ରରେ ବାଇ-ଲ’ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ । କହିଲେ ଅନନ୍ତବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ମନ୍ଦିରରୁ ପ୍ରସ୍ତାବିତ ବାଇ-ଲ’କୁ ତୁରନ୍ତ ପ୍ରତ୍ୟାହାର କରୁ କେନ୍ଦ୍ର । ଏହାସହ ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ଆଗରେ ରଖିବାକୁ ରାଜ୍ୟର ସମସ୍ତ ସାଂସଦଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଜାତୀୟ କୀର୍ତିରାଜି କର୍ତୃପକ୍ଷଙ୍କ ପ୍ରସ୍ତାବିତ ବାଇ-ଲ’ ପୁରୀରୁ ହଟିଥିବା ବେଳେ ଏକାମ୍ର କ୍ଷେତ୍ର ପାଇଁ କାଏମ ରହିଛି । ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ସଗରମ ହୋଇଛି । ପୂର୍ବରୁ ମନ୍ତ୍ରୀ ଅଶୋକ ପଣ୍ଡା ଟ୍ୱିଟ କରି ଭୁବନେଶ୍ୱର ସାଂସଦଙ୍କୁ କଡା ଟିପ୍ପଣୀ କରିଥିଲେ । ସେପଟେ ସେବାୟତ କହିଛନ୍ତି ଏକାମ୍ରକ୍ଷେତ୍ର ସହ ଧୋକ୍କା ହୋଇଛି । ତୁରନ୍ତ ବାଇ-ଲ’ ପ୍ରତ୍ୟାହୃତ ନହେଲେ କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କୁ ଏକାମ୍ରକ୍ଷେତ୍ର ପୂରାଇ ଦିଆଯିବ ନାହିଁ ।