ଓଡିଶାରେ ଆନ୍ଧ୍ରର ନିର୍ବାଚନ ବେଳେ ଗଜପତି ଗଙ୍ଗାବାଡରେ ବିଜେପି ଟିମ୍ । ସ୍ଥିତି ସଂପର୍କରେ ଆଲୋଚନା ବେଳେ ଅଧାରୁ ଉଠିଗଲେ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ।

100

କନକ ବ୍ୟୁରୋ : ଆନ୍ଧ୍ରର ସୀମାନ୍ତବର୍ତ୍ତୀ ଗଜପତି ଜିଲ୍ଲାରେ ଥିବା ଗାଁରେ ବିଜେପି ପ୍ରତିନିଧି ଦଳ ସହ ଆଲୋଚନା ବେଳେ ଅଧାରୁ ଉଠି ଚାଲିଯାଇଛନ୍ତି ଆନ୍ଧ୍ର ପ୍ରଶାସନିକ ଅଧିକାରୀ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ବିଜେରି ଟିମ ଗଙ୍ଗବାଡ ପଂଚାୟତ ଯାଇଥିଲେ । ଏହି ସମୟରେ ନିର୍ବାଚନ ପରିଚାଳନା ପାଇଁ ଉପସ୍ଥିତ ଥିଲେ ଆନ୍ଧ୍ର ପ୍ରଶାସନିକ ଅଧିକାରୀ । ବିରୋଧୀ ଦଳ ନେତାଙ୍କ ସହ ଆଲୋଚନା ବେଳେ ତଥ୍ୟ ଉପସ୍ଥାପନ କରିନପାରି ଅଧାରୁ ଉଠି ଚାଲିଯାଇଛନ୍ତି ଆନ୍ଧ୍ର ଅଧିକାରୀ ।

କାଲି ଆନ୍ଧ୍ରର ଦ୍ୱିତୀୟ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ହେବ । ଏହି ସମୟରେ ଆନ୍ଧ୍ର ଅଧିକାରୀ ଓଡିଶାରେ ଅନୁପ୍ରବେଶ କରି ରାଜ୍ୟର ମାଣିକପାଟଣା ଗାଁ ଲୋକଙ୍କୁ ଭୋଟଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ମନାଉଥିଲେ । ଏହି ସମୟରେ ବିଜେପିର ପ୍ରତିନିଧିଦଳ ମାଣିକପାଟଣା ଗାଁରେ ପଂହଚିଥିଲ । ସେଠାରେ ରାୟଗଡ ତହସିଲଦାର ବି ଉପସ୍ଥିତ ଥିଲେ । ବିରୋଧୀ ଦଳ ଟିମ ବିଭିନ୍ନ ପ୍ରସଙ୍ଗ ନେଇ ଆନ୍ଧ୍ର ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା ସମୟରେ ଆନ୍ଧ୍ର ଅଧିକାରୀ ଯୁକ୍ତି ବାଢିବାରେ ବିଫଳ ହୋଇଥିଲେ ।

ପରେ ଏହି ବିଜେପି ଟମ୍ ଲୋକଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଆନ୍ଧ୍ର ପ୍ରଶାସନିକ ଅଧିକାରୀ ମାଣିକପାଟଣା ଗାଁରେ ପଂହଚିବା ଖବର ପାଇ ଗଜପତି ଜିଲ୍ଲା ଉପଜିଲ୍ଲାପାଳ ପହଂଚିଥିଲେ । ଓଡିଶା ସୀମାନ୍ତବର୍ତ୍ତୀ ଲୋକେ ଆନ୍ଧ୍ର ନିର୍ବାଚନରେ ଅଂଶଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ଉପଜିଲ୍ଲାପାଳ ।