ପରିବାର ସହ ଦିଲ୍ଲୀ ଛାଡିଲେ ନବୀନ ଜିନ୍ଦଲ । ଜୀବନରୁ ମାରିଦେବାକୁ ମିଳୁଛି ଧମକ

1,668

କନକ ବ୍ୟୁରୋ: ଭାରତୀୟ ଜନତା ପାର୍ଟିରୁ ବହିଷ୍କୃତ ହୋଇଥିବା ନେତା ନବୀନ ଜିନ୍ଦଲ ପରିବାର ସହ ରବିବାର ଦିଲ୍ଲୀ ଛାଡିଦେଇଛନ୍ତି । ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିବା ପରେ ତାଙ୍କ ପରିବାର ସହ ନବୀନ ଦିଲ୍ଲୀ ଛାଡି ଚାଲିଯାଇଛନ୍ତି । ପ୍ରଫେଟ ମହମ୍ମଦଙ୍କୁ ନେଇ ସମସ୍ତଙ୍କ ଭଳି ସେ ଦେଇଥିବା ବିବାଦୀୟ ବୟାନ ଟିପ୍ପଣୀ ପରେ ତାଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି ।

ବିବାଦୀୟ ଟିପ୍ପଣୀ ପରେ ତାଙ୍କ ୁ ଦଳରୁ ବହିଷ୍କାର କରାଯାଇଛି । ବହିଷ୍କାର ନେତା ନୀବନ ଆହୁରି ମଧ୍ୟ ଅଭିଯୋଗ କହିିଛନ୍ତି ଯେ କିଛି ଦିନ ତଳେ ଯେତେବେଳେ ସେ କାହାସହ ସାକ୍ଷାତ କରିବାକୁ ବାହାରକୁ ଯାଉଥିଲେ କେତେଜଣ ଅଜଣା ଲୋକ ତାଙ୍କୁ ପିଛା କରୁଥିଲେ । ପୋଲିସକୁ ସେ ଏହି ସୂଚନା ଦେଇଥିଲେ । ପୋଲିସ ମାମଲାକୁ ଗୁରୁତ୍ୱ ଦେଇଥିଲା । କାରଣ ସୋସିଆଲ ମିଡିଆରେ ଏମିତି କିଛି ଖବର ମଧ୍ୟ ଖବର ଆସିଥିଲା ଯେ କିଛି ଅଜଣା ଲୋକ ଗତ କିଛି ଦିନ ଧରି ନବୀନଙ୍କ ଘରକୁ ରେକି କରୁଥିଲେ ।