ଋୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ନାଟୋ ମୁଖ୍ୟ ଦେଲେ ବଡ ବୟାନ । କୌଣସି ପରିସ୍ଥିତିରେ ପଛକୁ ନହଟିବାକୁ ଦେଲେ ଚେତାବନୀ

203

କନକ ବ୍ୟୁରୋ : ଋୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ନାଟୋ ମୁଖ୍ୟ ଦେଲେ ବଡ ବୟାନ । ନାଟୋର ମୁଖ୍ୟ ଜେନ୍ସ ଷ୍ଟୋଟେଲନବର୍ଗ କହିଛନ୍ତି ଯେ ସ୍ଥିିତି ଯାହା ବି ହେଉନା କାହିଁକି ନାଟୋ ପଛକୁ ହଟିବ ନାହିଁ । ୟୁକ୍ରେନକୁ ନାଟୋ ସବୁପ୍ରକାର ସହଯୋଗ କରିବ ବୋଲି ନାଟୋ ମୁଖ୍ୟ କହିଛନ୍ତି । ଏଥିସହ ରୁଷ ଉପରେ ଅଭିଯୋଗ ଆଣି ଷ୍ଟୋଲେନବର୍ଗ କହିଛନ୍ତି ଯେ ରୁଷ ଲଗାତାର ୟୁକ୍ରେନର ଶକ୍ତି ଭିତିଭୂମି ଉପରେ ଆକ୍ରମଣ କରୁଛି । ଏବେ ୟୁକ୍ରେନକୁ ଅଧିକ ସହଯୋଗର ଆବଶ୍ୟକତା ରହିଛି । ଆଗାମୀ ସପ୍ତାହରେ ବୁଖାରେଷ୍ଟରେ ବସିବାକୁ ଥିବା ନାଟୋର ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଏହି ଚର୍ଚ୍ଚା ହେବ ଓ ନାଟୋ ସଦସ୍ୟ ରାଷ୍ଟ୍ର ୟୁକ୍ରେନକୁ ସହାୟତା କରିବା ଉପରେ ଆଲୋଚନା କରାଯିବ । ପ୍ରାୟ ୧୦ମାସ ହେବ ଚାଲିଛି ଯୁଦ୍ଧ । ରୁଷକୁ ବିରୋଧ କରି ୟୁକ୍ରେନକୁ ସବୁପ୍ରକାର ସହାୟତା କରି ଆସୁଛନ୍ତି ନାଟୋ ଓ ଆମେରିକା । ପ୍ରତିରକ୍ଷାଠୁ ନେଇ ଆର୍ଥିକ ସବୁ ପ୍ରକାର ସହଯୋଗ ଯୋଗାଉଛନ୍ତି । ଏହା ଭିତରେ ନାଟୋ ସ୍ପଷ୍ଟ କରିଛି ଯେ ୟୁକ୍ରେନ ସହ ନାଟୋ ସବୁବେଳେ ଛିଡା ହେବ ।